ଭିଏସସନଗର “ମା ଗୋଜବାୟାଣୀ କ୍ରିକେଟ୍ କ୍ଲବ” ତରଫରୁ ତିନିଦିନ ବ୍ୟାପୀ ଚାଲିଥିବା ଶିବନ,ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଭୁବନେଶ୍ୱର ଉତ୍ତରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଥିଲେ | ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା କୋଠାବାଡି ଓ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ୱାର୍ଡ ନମ୍ବର -୧୧କର୍ପୋରେଟର ପ୍ରଭାସିନି ମହାନ୍ତି, ୱାର୍ଡ ନମ୍ବର-୧୦ କର୍ପୋରେଟର ଏସ କେ ନୁର ହାସନ୍, ରାଜ୍ୟ ଛାତ୍ରବିଜେଡି ଯୁଗ୍ମ ସମ୍ପାଦକ ସୌମ୍ୟ ରଂଜନ ପ୍ରଧାନ, ବରିଷ୍ଠ ନାଗରିକ ଶିବ ପ୍ରସାଦ ମିଶ୍ର, ବରିଷ୍ଠ ଆଡଭୋକେଟ ଅନୁପମ ମହାନ୍ତି, ଯୁବ ନେତା ବିଭୁଦତ୍ତ ରଥ ଅତିଥି ଭାବରେ ଯୋଗଦେଇଥିଲେ | ଫାଇନାଲ ମ୍ୟାଚରେ ବିଜୟୀ ବାଣୀବିହାର ଲାଇଫଲାଇନ ଟିମକୁ ୨୦,୦୦୦ ଟଙ୍କା ପୁରସ୍କାର ରାଶି ସହିତ ବିଜୟୀ କପ୍ ଓ ନୀଳାଦ୍ରି ବିହାର ଟିମକୁ ୧୪,୦୦୦ ଟଙ୍କା ସହିତ ରନରସ ଅଫ୍ କପ ପ୍ରଦାନ କରିଥିଲେ। ସବୁ ମ୍ୟାଚ୍ ଗୁଡିକୁ କାର୍ତ୍ତିକେଶ୍ୱର ମହାପାତ୍ର,ପ୍ରୀତିରଞ୍ଜନ ପାଲ , ଦିଲ୍ଲୀପ ସାହୁ, କ୍ଲବ୍ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ଏହି ତିନିଦିନିଆ ମ୍ୟାଚରେ ବିଭିନ୍ନ ଅଞ୍ଚଳରୁ ୧୬ ଗୋଟି ଟିମ ଯୋଗ ଦେଇଥିଲେ ।
