ନୂଆଦିଲ୍ଲୀ: ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର । ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି । ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଯୋଜନା ଭାବେ ପରିଚୟ ହାସଲ କରିଛି । କେନ୍ଦ୍ର ସରକାର କେବଳ ନାଁ ବଦଳାଇ ନାହାନ୍ତି, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି ।
ପୂର୍ବରୁ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ୧୨୫ ଦିନର କାର୍ଯ୍ୟ ଦିବସ ମିଳୁଥିଲା । ଏବେ ଏହାକୁ ୨୪୦ ଦିନକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫ ନାଁ ଅନୁସାରେ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଏହାକୁ ଲଞ୍ଚ କରିଥିଲେ । ଏହା ନରେଗା ନାଁରେ ପ୍ରଥମ ପରିଚିତ ଥିଲେ । ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ୨୦୦୫ ନାଁ ଅନୁସାରେ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଏହାକୁ ଲଞ୍ଚ କରିଥିଲେ ।
ଏହା ନରେଗା ନାଁରେ ପ୍ରଥମ ପରିଚିତ ଥିଲା । ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ଏମଜିନରେଗା ବା ମନେରଗା ନାଁକୁ ପରିବର୍ତ୍ତନ କରାଯାଇଥିଲା । ଏବେ ୨୦୨୫ରେ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପୁଣି ବଦଳିଛି । ଏଥିସହ ଏହାର କାର୍ଯ୍ୟ ଦିବସ ମଧ୍ୟ ବଢ଼ିଛି । ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକ ମଧ୍ୟରେ ଅତିକମରେ ଏତିକି ଦିନ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି ଯୋଜନାକୁ ଲାଗୁ କରାଯାଇଥିଲା । ଏହା ସମୟକ୍ରମେ ସବୁଠାରୁ ବଡ଼ କେନ୍ଦ୍ରୀୟ ନିଯୁକ୍ତି ଯୋଜନାରେ ପରିଣତ ହୋଇଛି ।
