ରଣପୁର, ୧୩/୧୨: ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ ସମାରୋହ ଅଡାଲ ସ୍ଥିତ ଖିଲାମୁଣ୍ଡା ମନ୍ଦିର ପ୍ରାଙ୍ଗଣରେ ସଙ୍ଘର ସଭାପତି ବିଜୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ମାନସିଂହ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ସମ୍ପାଦକ ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ |
ଅଞ୍ଜଳୀପ୍ରଭା ପ୍ରଧାନ ଓ ଝୁଲମାଳା ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଭାଗବତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ | ଚାକିରୀରୁ ଅବସର ନେଇଥିବା ପ୍ରଫୁଲ କୁମାର ନାୟକ ଓ ବାସନ୍ତୀ ପ୍ରଭା ସାମନ୍ତରାୟଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶିକ୍ଷକ ରଘୁନାଥ ମଳିକ ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଏକ୍ସ-କ୍ୟାଡରରୁ କ୍ୟାଡର ଭୁକ୍ତ ହୋଇଥିବା ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା | କେଳୁ ଚରଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ |
