• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫”ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟାର ଉଜ୍ଜ୍ୱଳ ଆୟୋଜନ, “ଅତିଥି ଭବ୍ୟତା ଓ ସାଂସ୍କୃତିକ ରବାବ — କାଉଁରୀ ମହୋତ୍ସବ ପଞ୍ଚମ ଦିନର ବିଶେଷ ଆକର୍ଷଣ”

by Voice of Victims
December 13, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫”ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟାର ଉଜ୍ଜ୍ୱଳ ଆୟୋଜନ, “ଅତିଥି ଭବ୍ୟତା ଓ ସାଂସ୍କୃତିକ ରବାବ — କାଉଁରୀ ମହୋତ୍ସବ ପଞ୍ଚମ ଦିନର ବିଶେଷ ଆକର୍ଷଣ”

ରଣପୁର, ୧୨/୧୨ : ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟା ଆଜି ଅତ୍ୟନ୍ତ ଆକର୍ଷଣୀୟ ପରିବେଶରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଗାଁର ସାମୂହିକ ଐତିହ୍ୟ, ସଂସ୍କୃତି ଓ ଲୋକ ସଂସ୍କାରକୁ ମଧୁର ପରିଚୟ କରାଇଥିବା ଏହି ମହୋତ୍ସବରେ ଅନେକ ପ୍ରତିଷ୍ଠିତ ଅତିଥିଙ୍କ ଉପସ୍ଥିତି ଦ୍ୱାରା ଆଜିର ଆୟୋଜନ ଅଧିକ ଗମ୍ଭୀରତାର ସହ ପ୍ରଭାବମୟ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ ପତି ଯୋଗ ଦେଇ ମହୋତ୍ସବର ସଂଗଠିତ ଆୟୋଜନ ଓ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ବିଶିଷ୍ଟ ସମାଜ ସେବୀ ଶିବାରାମ ମହାପାତ୍ର ଅତିଥି ଭାବେ ଉପସ୍ଥିତ ରହି ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ |

ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ମହୋତ୍ସବ କମିଟିର ସଭାପତି ତଥା ସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ | ସମ୍ପାଦକ ଜୟେନ୍ଦ୍ର ବେହେରା ମହୋତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ବିବରଣୀ ପାଠ କରିଥିଲେ।

ଆଜିର ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ମହାମହିମ ରାଜ୍ୟପାଳ ଓ ଉପସ୍ଥିତ ଅତିଥି ମାନଙ୍କ କରକମଳରେ “କାଉଁରୀ” ପୁସ୍ତକର ଉନ୍ମୋଚନ କରାଯାଇଥିଲା | ଏହି ପୁସ୍ତକ ପ୍ରକାଶନ ପୁସ୍ତକ ଉନ୍ମୋଚନର ଉପଦେଷ୍ଟା ଦେବୀ ପ୍ରସାଦ ସାମନ୍ତରାୟ ଓ ସମ୍ପାଦକ ତଥା ବରିଷ୍ଠ ଅଧ୍ୟାପକ ଭାଗିରଥି ପାଢ଼ୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା | ଏହି କାଉଁରୀ ପୁସ୍ତକଟି ମହୋତ୍ସବ ତଥା ସ୍ଥାନୀୟ ଅଞ୍ଚଳର ଦାୟିତ୍ୱ, ଐତିହ୍ୟ ଓ ସାମାଜିକ ସଂବେଦନାକୁ ସୁନ୍ଦରଭାବରେ ଧାରଣ କରିଥିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ | ସଭାକାର୍ଯ୍ୟ ପରେ ବିଭିନ୍ନ ସମାଜସେବୀ, ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

ପଞ୍ଚମ ଦିନର ରଙ୍ଗିନ ସନ୍ଧ୍ୟାରେ ଲୋକନୃତ୍ୟ, ସ୍ଥାନୀୟ ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା | ଏହି ମହୋତ୍ସବ କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ଲୋକଙ୍କ ସହଯୋଗରେ ସଫଳତାର ସହ ଦୀର୍ଘ ପାଞ୍ଚ ଦିନ ଧରି ପାଳିତ ହୋଇଥିଲା |

Post Views: 282
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In