• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅନୁଷ୍ଠିତ ହେଲା ୮ମ ବାର୍ଷିକ ଉତ୍ସବ ” କିଡ୍ ଫେଷ୍ଟ ୨୦୨୫ “

by Voice of Victims
December 21, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅନୁଷ୍ଠିତ ହେଲା ୮ମ ବାର୍ଷିକ ଉତ୍ସବ ” କିଡ୍ ଫେଷ୍ଟ ୨୦୨୫ “

ବାଲେଶ୍ଵର (ଭିଓଭି) ୨୦/୧୨ : – ଆଜି ସନ୍ଧ୍ୟାରେ ଖପରାପଦାସ୍ଥିତ ହରିପ୍ରିୟା ଇଂଲିଶ ମିଡିୟମ ସ୍କୁଲ ପରିସରରେ ବିଦ୍ୟାଳୟର ଦଶମ ଶିକ୍ଷାବର୍ଷରେ ୮ମ ବାର୍ଷିକ ସାଂସ୍କୃତିକ ଉତ୍ସବ “କିଡ ଫେଷ୍ଟ୍ 2025” ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ବଳାଙ୍ଗି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତ୍ନାକର ସିଂ ମହୋଦୟ ଅନ୍ୟ ଅତିଥିମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କୁନି କୁନି ପିଲାଙ୍କ ଜୀବନରେ ବିଦ୍ୟା ଅଧ୍ୟୟନର ଆବଶ୍ୟକତାକୁ ତାଙ୍କ ବକ୍ତବ୍ୟରେ ସ୍ଥାନ ଦେଇଥିଲେ । ଆୟୁର୍ବେଦ ଭେଷଜ ବିଶେଷଜ୍ଞ ପ୍ରଫେସର ଡଃ ଶାନ୍ତନୁ ଦାସ ମୁଖ୍ୟବକ୍ତା ଭାବେ ତାଙ୍କ ଗଳ୍ପରେ ଶିକ୍ଷଣୀୟ ତଥା ଉପାଦେୟ ବକ୍ତବ୍ୟ ସ୍ରୋତରେ ଅଭିଭାବକଙ୍କ ମନ କିଣି ନେଇଥିଲେ । ବାଲେଶ୍ବରର ପ୍ରିୟ ଶ୍ରୀଯୁକ୍ତ ମନୋଜ ରାଉତ ତଥା ଫକାଲୁ ଭାଇ ଏ ଅନୁଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ସବୁ ସମୟରେ ଏ ଅନୁଷ୍ଠାନ ସହିତ ଅଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ ।

ଅନୁଷ୍ଠାନର ସମ୍ପାଦକ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୁପ କୁମାର ପରିଡା ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଆମ ଅନୁଷ୍ଠାନର ସଦସ୍ୟା ସୁଶ୍ରୀ ଅମିସା ପରିଡା ଅତିଥି ପରିଚୟ ଓ ମଞ୍ଚ ଆମନ୍ତ୍ରଣ କରିଥିଲେ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ନନ୍ଦ ମଞ୍ଚ ପରିଚାଳନା କରିଥିଲେ, ସୁଶ୍ରୀ କ୍ଷଣପ୍ରଭା ମହାନ୍ତି ବିଦ୍ୟାଳୟର ଇତିହାସରୁ ନେଇ ବର୍ତ୍ତମାନ ପରିସ୍ଥିତିର ସମ୍ୟକ ବିଶ୍ଳେଷଣ କରିଥିଲେ, ବିଦ୍ୟାଳୟର ଟ୍ରଷ୍ଟି ଡଃ ଅମୀୟ ତାଲଦି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସ୍ବାଗତିକା ପଣ୍ଡା, ଶ୍ରୀମତୀ ରଶ୍ମିତା ରାଉତ, ଶ୍ରୀମତୀ ସୂଜାମିନୀ ବେହେରା, ସୁଶ୍ରୀ ରଚିତା କୋୟେଲ୍, ନୃତ୍ୟ ଶିକ୍ଷକ ରିଙ୍କୁ ସାର୍, ଆୟା ବର୍ଷା, ନସିମା ତଥା ପୁସ୍ପାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ଶିଶୁ କଳାକାରଙ୍କ ଦ୍ବାରା ପରିବେଶିତ ନାଚ, ନାଟକ ଇତ୍ୟାଦି ଦର୍ଶକଙ୍କ ମନ କିଣି ନେଇଥିଲେ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Post Views: 56
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In