• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ:ପାଣ୍ଡିଆନ

by Voice of Victims
February 2, 2024
in ମୁଖ୍ୟ ଖବର, ରାଜ୍ୟ
ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ:ପାଣ୍ଡିଆନ

ଭୁବନେଶ୍ବର: ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢିବାକୁ ପଡିବ। ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ। ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ପାଠ ପଢିବା ସହ ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ୟ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆହୁରୀ ମଧ୍ୟ କହିଛନ୍ତି, ପ୍ରତିଯୋଗିତାରେ ଭାଗ ନେଲେ ଜୀବନରେ ସଫଳତା ହାସଲ କରିପାରିବେ। ଜିତିବା ଆପଣଙ୍କୁ ଖୁସି ଦେବ ହେଲେ ଭାଗ ନେବା ଜୀବନକୁ ଗୋଟିଏ ଶିକ୍ଷାଦେବ। ପ୍ରତିଯୋଗିତାରେ ହାରିଲେ ଶିଖିବେ। ଜୀବନରେ ଶିଖିବା ଗୁରୁତ୍ଵପୂର୍ଣ୍ଣ। ସଫଳତା ପାଇବାକୁ ହେଲେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପଡିବ। ପରିଶ୍ରମ କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ। ଏଥିଲାଗି ଦିନକୁ ଅତି କମରେ ୩୦ ମିନିଟ ବ୍ୟାୟାମ ସହ ମନକୁ ଶାନ୍ତ ରଖିବାକୁ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ମନ ଯେତେ ଶାନ୍ତିରେ ରହିବ ସେତିକି ସଫଳତା ହାସଲ କରିବେ। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ବିଷୟରେ କହିଛନ୍ତି  କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କୁ ସମ୍ମାନ ଦେଇ ସେମାନଙ୍କ କଥା ଶୁଣିବାକୁ କହିଛନ୍ତି। ଯେଉଁମାନେ ଏ ପଥ ଅନୁସରଣ କରୁନାହାନ୍ତି ସେମାନେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ହାତରେ ଅଛି ସେମାନଙ୍କ ଭବିଷ୍ୟତ। ଚାହିଁଲେ ଭବିଷ୍ୟତକୁ ବହୁତ ଉଜ୍ଜଳ କରିପାରିବେ। ଏହାସହ ଖୁବଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Post Views: 43
Share202Tweet126Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In