ବାଲିପାଟଣା (ଭିଓଭି): ଆଜି ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ର ୬୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।ପ୍ରଧାନ ଶିକ୍ଷୟତ୍ରୀ ସୁଷମା ରାଣୀ ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା,ସମ୍ମାନିତ ଅତିଥି ଭାବରେ ସହ ଶିକ୍ଷା ଅଧିକାରୀ ସରୋଜିନୀ ପାଣିଗ୍ରାହୀ ଓ ପରିଚାଳନା କମିଟି ସଭାପତି ଜୟନ୍ତ କୁମାର ଓଝା ଯୋଗଦେଇ ଛାତ୍ର ଛାତ୍ରୀ ମାନେ ନିଜର ଉଦ୍ୟମ,ଶିକ୍ଷକଙ୍କ ପରାମର୍ଶ ଓ ପିତାମାତାଙ୍କ ଆଦର୍ଶ ବଳରେ ସଫଳତା ପ୍ରାପ୍ତ ହୁଅନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ର ସଫଳତାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସୁପ୍ରଭା ବେହେରା,ଜାନକୀ ସାହୁ, ବୈଜୟନ୍ତୀ ହୋତା,ରେଣୁବାଳା ବେହେରା,ଏସ ନବାବ ଅଲ୍ଲୀ,କୈଳାସ ନାୟକ, ସଂଧ୍ୟାରାନୀ ଜେନା,ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ରଶ୍ମିତା ବେହେରା ସଂଯୋଜନା କରିଥିଲେ। ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଓ ନୃତ୍ୟ ଗୀତ ମାଧ୍ୟମରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
