• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

by Voice of Victims
February 3, 2024
in ରାଜ୍ୟ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

ଭୁବନେଶ୍ବର:  ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା। ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ ଆୟୋଜିତ ଏହି ଆଲୋଚନା ସଭା ଆୟୋଜିତ ହୋଇଥିଲା। ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ରାଷ୍ଟ୍ର ଗଠନର ମୂଳରେ ଥାଏ ଭାଷା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଲିଖିତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ କଳିଙ୍ଗ, ଉଡ୍ରଦେଶ ଓ ଉଡ୍ର ଭାଷାର ଉଲ୍ଲେଖ ରହିଥିବାବେଳେ ତାହା ସମକାଳରେ ଓଡ଼ିଆ ଭାଷା ଭାବରେ ପରିଚିତି ଅର୍ଜନ କରିଛି। ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ରେ ଉଡ୍ରମାନଙ୍କୁ କଳିଙ୍ଗ ଜନପଦର ଅଧିବାସୀ ଭାବରେ ଅଭିହିତ କରାଯାଇଛି । ଓଡ଼ିଆ ଭାଷା ନାଁରେ ଓଡ଼ିଶାର ନାମକରଣ ହୋଇଛି ବୋଲି ପ୍ରଫେସର ପଣ୍ଡା ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଲୋଚକ ଡ. କୀର୍ତ୍ତୀନାରାୟଣ ପାଢ଼ୀ କହିଛନ୍ତି ଯେ ଓଡ଼ିଆ ଭାଷାର କ୍ରମବିକାଶ ସଂପର୍କରେ ଶିଳାଲେଖ, ବୌଦ୍ଧ ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳା ପାଞ୍ଜି, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ ସମେତ ରୁଦ୍ର ସୁଧାନିଧି, ଜଗମୋହନ ରାମାୟଣ, ଶ୍ରୀମଦ୍‌ ଭାଗବତ, ଚତୁର ବିନୋଦ ଇତ୍ୟାଦି ଗ୍ରନ୍ଥରୁ ପ୍ରମାଣ ମିଳିଥାଏ। ଓଡ଼ଆ ସାହିତି୍ୟକ ଭାଷାର କ୍ରମବିକାଶ ଗଦ୍ୟ ଓ କବିତା ଦ୍ୱାରା ସମୃଦ୍ଧ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ। ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଏହି ଆଲୋଚନା ସଭାରେ ପୌରୋହିତ୍ୟ କରିଥିବାବେଳେ ଡ଼ ସନ୍ତୋଷ କୁମାର ରଥ ପ୍ରତ୍ନ ଓଡିଆ ଓ ଚର୍ଯ୍ୟାଗୀତି ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ କୈଳାସ ଚନ୍ଦ୍ର ଟିକାୟତରାୟ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିବା ବେଳେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ସିଦ୍ଧାର୍ଥ କୁମାର ସାହୁ ଓଡିଆ ଭାଷା ଓ ଏହାର ଉତ୍ସ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Post Views: 183
Tags: 1st World Orthodoxy Conference 2024
Share199Tweet124Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In