ଭୁବନେଶ୍ବର : ଭୁବନେଶ୍ବରରେ ଆମ ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ । ସ୍ବତନ୍ତ୍ର ଏନଫୋର୍ସଟିମ୍ ପକ୍ଷରୁ ଚାଲିଛି ଯାଞ୍ଚ କଡ଼ାକଡ଼ି । ଆମ ବସ୍ ର ଗାଡ଼ି ଫିଟନେସ୍, ଡ୍ରାଇଭରଙ୍କ ସ୍ଥିତି ଓ ସଡ଼କ ସୁରକ୍ଷା ନେଇ ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ବରେ ଚାଲିଛି ଯାଞ୍ଚ । ବସ୍ ଡ୍ରାଇଭରଙ୍କ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଯାଞ୍ଚ କରାଯାଉଛି ।

ପୂର୍ଵରୁ ଯାଞ୍ଚ ପ୍ରକିୟା ମାସ ଧରି ଚାଲିଛି । ରାତ୍ର ସମୟରେ ଡ୍ରିଙ୍ଗ ଆଣ୍ଡ ଡ୍ରାଇଭକୁ ଗୁରୁତ୍ୱ ଦିଆଯାଉଥିଲା । ଦିନ ବେଳା ପଲୁଏସନ ଆଣ୍ଡ ଫିଟନେସ ଯାଞ୍ଚ କରାଯାଉଥିଲା । ଏବେ କିନ୍ତୁ ଦିନ ବେଳା ଡ୍ରିଙ୍ଗ ଆଣ୍ଡ ଡ୍ରାଇଭ କୁ ଗୁରୁତ୍ୱ ଦିଆଯାଇଛି । ଆଜି ଯାଞ୍ଚ ପ୍ରକିୟା ମାଧ୍ୟ୍ୟମ ରେ ସଚେତନତା କରାଯାଇଛି । ଦିନରେ ବି ଡ୍ରିଙ୍ଗ ଆଣ୍ଡ ଡ୍ରାଇଭ ଯାଞ୍ଚ ରହିବ । ଗତକାଲିର ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି କହିଛନ୍ତି କମିଶନର ସୁରେଶ ଦେବଦତ୍ତ ସିଂ ।
