• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦୁର୍ଘଟଣାରେ ଆହତ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ମିଳିଲାନି ଚିକିତ୍ସା

by Voice of Victims
February 3, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ଦୁର୍ଘଟଣାରେ ଆହତ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ମିଳିଲାନି ଚିକିତ୍ସା

ପୁରୀ (ଭିଓଭି) : ବିଳମ୍ବିତ ରାତ୍ରିରେ ସଡକ ଦୁର୍ଘଟଣା ରେ ଆହତ ହୋଇ ଜରୁରୀ ଚିକିତ୍ସା ପାଇଁ ଆସିଥିବା ରୋଗୀ ଙ୍କୁ ପୁରୀ ଜିଲ୍ଲା ରେବେଣା ନୂଆଗାଁ ଡାକ୍ତରଖାନା (ସି.ଏଚ.ସି.) ରେ ମିଳିଲାନି ଔଷଧ । ଯନ୍ତ୍ରଣା ରେ ଛଟପଟ ହେଉଥିଲେ ରୋଗୀ । ହାତରେ ଚିଠା ଧରାଇ ଦେଇ ସକାଳ ହେଲେ ନିରାମୟ ରୁ ଔଷଧ ନେଇ ଯିବାକୁ ନାଲି ଆଖି ଦେଖେଇ ପରାମର୍ଶ ଦେଲେ ନର୍ସ ।
୨ତାରିଖ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଇକ୍ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହୋଇ ଆହତ ଅବସ୍ଥାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ସୁରେଶ ଚନ୍ଦ୍ର ମହାନ୍ତି ନାମକ ଜନୈକ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଚିକିତ୍ସା ନିମନ୍ତେ ପୁରୀ ସାତପଡା ମୁଖ୍ୟ ରାସ୍ତାରେ ଦୁର୍ଘଟଣା ସ୍ଥଳ ଠାରୁ ୫ କି.ମି. ଦୂର ରେବେଣା ନୂଆଗାଁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ପରୀକ୍ଷା କରି ଗୋଟିଏ ଔଷଧ ଚିଠା ଧରାଇ ଦେଇ ବାହାରୁ ଔଷଧ କିଣି ଆଣିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏତେ ରାତିରେ କୌଣସି ଔଷଧ ଦୋକାନ ଖୋଲା ନାହିଁ, ତେଣୁ ମୋର ଏପରି ଜରୁରୀ କାଳୀନ ଅବସ୍ଥାରେ ଡାକ୍ତରଖାନାରୁ କିଛି ଔଷଧ ଦିଆଯାଉ ବୋଲି ରୋଗୀ କହିବାରୁ ପାଖରେ ଥିବା ଜଣେ ଷ୍ଟାଫ ନର୍ସ ଏବଂ ଆଉ ଜଣେ ଡାକ୍ତରଖାନା କର୍ମଚାରୀ ଏଠି ରାତିରେ ଔଷଧ ଦିଆଯାଏ ନାହିଁ, ସକାଳ ହେଲେ ନିରାମୟ ରୁ ଔଷଧ ନେଇଯିବ ବୋଲି କହି ଔଷଧ ଦେବାକୁ ସିଧା ସିଧା ମନା କରି ଦେଇଥିଲେ । ଏପରିକି ଏଠି ଟି.ଟି. ଇଞ୍ଜେକ୍‌ସନ୍ ରଖିବାକୁ ଫ୍ରିଜ୍ ନାହିଁ ତେଣୁ ଏବେ ତାହା ମିଳି ପାରିବ ନାହିଁ କହି, ଡାକ୍ତର ଲେଖିଥିବା ଟିଟି ଇଞ୍ଜେକ୍‌ସନ୍ ମଧ୍ୟ ଦେଇ ନ ଥିଲେ । ରେବେଣା ନୂଆଗାଁ ଭଳି ଏକ ସମ୍ବେଦନଶୀଳ ଡାକ୍ତରଖାନା ରେ ଜରୂରୀ କାଳୀନ ଅବସ୍ଥା ପରିଚାଳନା ପାଇଁ କିଛି ଔଷଧ ନ ରଖି ସକାଳେ ନିରାମୟ ଖୋଲିବା ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ କହିବାର କାରଣ ଜାଣିବାକୁ ଶ୍ରୀ ମହାନ୍ତି ଚାହିଁବାରୁ ଉକ୍ତ ମହିଳା କର୍ମଚାରୀ ଜଣକ ନାଲି ଆଖି ଦେଖାଇ, “ଏଠାକୁ ରାତିରେ କେହି କୁଣ୍ଡିଆ ରୋଗୀ କି ଥଣ୍ଡା ଜ୍ୱର ରୋଗୀ ଆସନ୍ତିନି । ଏମର୍ଜେନ୍‌ସି ରୋଗୀ ଆସିଲେ ଆମେ ଇଞ୍ଜେକ୍‌ସନ୍ ଦେଇ ପୁରୀ ମେଡିକାଲ କୁ ପଠାଇ ଦେବୁ” ବୋଲି ତାଛଲ୍ୟ ଢଙ୍ଗରେ କହିଥିଲେ ।

ଯନ୍ତ୍ରଣା ଅସହ୍ୟ ହେଉଛି, କିଛି ଗୋଟେ ଇଞ୍ଜେକ୍‌ସନ୍ କି ଔଷଧ ଦିଅ ବୋଲି ନେହୁରା ହୋଇ କହିବାରୁ ସେ ଗୋଟିଏ ଡାଇକ୍ଲୋଫେନାକ୍ ଇଞ୍ଜେକ୍‌ସନ୍ ଦେଇ ତାଙ୍କୁ ସେଠାରୁ ବିଦା କରି ଦେଇଥିଲେ । ବାଧ୍ୟ ହୋଇ ଶ୍ରୀ ମହାନ୍ତି ଏବଂ ତାଙ୍କ ପତ୍ନୀ ଗୋଟିଏ ଅଟୋ ଭଡା କରି ସେଠାରୁ ୨୦ କି.ମି. ଦୂର ପୁରୀ ଆସି ଚିକିତ୍ସିତ ହୋଇଥିଲେ । ଏ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ ଙ୍କ ଠାରୁ ଜାଣିବାକୁ ଚାହିଁବାରୁ, “ଜିଲ୍ଲାର ସମସ୍ତ ୧୬ ଟି ସି.ଏଚ.ସି. ରେ କାମ ଚଳିଲା ଭଳି ପ୍ରାୟ ସମସ୍ତ ଏମର୍ଜେନ୍‌ସି ମେଡିସିନ୍ ମହଜୁଦ ଅଛି । ଖାଲି ଟି.ଟି. ଇଞ୍ଜେକ୍ସନ ନୁହେଁ ଆହୁରୀ ବହୁତ ପ୍ରକାର ଇଞ୍ଜେକ୍ସନ ମଧ୍ୟ ଫ୍ରିଜ୍ ରେ ରଖାଯାଏ । ରେବେଣା ନୂଆଗାଁ ସି.ଏଚ.ସି. ରେ ମଧ୍ୟ ତାହା ମହଜୁଦ ଥାଇପାରେ । ତଳ ସ୍ତରରେ କର୍ମଚାରୀ ମାନଙ୍କ ଏପରି ବ୍ୟବହାର ଦ୍ୱାରା ଆମକୁ ଏମିତି ପରିସ୍ଥିତି ର ସାମ୍ନା କରିବାକୁ ପଡୁଛି ଏବଂ ଆମେ ବଦନାମ ହେଉଛୁ । ମୋ ପାଖକୁ ଲିଖିତ ଅଭିଯୋଗ ଆସିଲେ ମୁ ନିଶ୍ଚିନ୍ତ ଏହାର ତଦନ୍ତ କରିବି” ବୋଲି ସେ ତାଙ୍କର ପ୍ରତିକ୍ରିୟା ରେ କହିଥିଲେ ।

Post Views: 107
Share202Tweet126Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In