• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୋପ ବଜାରରେ ଚାଲିଲା ବୁଲଡୋଜର, ସରକାରୀ ଜମି ଜଵର ଦଖଲ ଉଚ୍ଛେଦ

by Voice of Victims
January 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗୋପ ବଜାରରେ ଚାଲିଲା ବୁଲଡୋଜର, ସରକାରୀ ଜମି ଜଵର ଦଖଲ ଉଚ୍ଛେଦ

ଗୋପ – 5/1/2026: ଆଜି ସକାଳୁ ଗୋପ ର ରାସ୍ତା ପାର୍ଶ୍ୱ ସରକାରୀ ଜମି ଜବରଦଖଲ କରିଥିବା ଘର ଓ ଦୋକାନ କୁ ପ୍ରଶାସନ ବୁଲଡୋଜର ଲଗାଇ ଉଛେଦ କରୁଛି, ଦୀର୍ଘ ଦିନର ଟ୍ରାଫିକ ସମସ୍ୟା ରୁ ମୁକ୍ତି ପାଇବ ଗୋପ ବଜାର, ପିପିଲି କୋଣାର୍କ ଓ ମାଧବ ବାଲିଘାଇ ରାସ୍ତାର ହେବ ପ୍ରଶଷ୍ଟୀକରଣ, ୪ ଲେନ ରାସ୍ତା ନିର୍ମାଣ ନିମନ୍ତେ ହେବ ୬୦ ଫୁଟର ରାସ୍ତା l ସେଥିନିମନ୍ତେ ଆଜି ଗୋପ-ଚାରିଛକ ରାସ୍ତାର ଗୋପ ମୁସଲିମ ଵସ୍ତି ନିକଟରେ ଥିବା କେନାଲ ଵ୍ରୀଜ ଠାରୁ ଗୋପ ମୁଖ୍ୟ ଵଜାର ପର୍ଯ୍ୟନ୍ତ ଓ ପର୍ଯ୍ୟାୟକ୍ରମେ ଏହି ସରକାରୀ ଜମିରୁ ଉଚ୍ଛଦ ହେବାକୁ ଥିବା ଜଵରଦଖଲ ଗୋପ ବ୍ରିଜ ଠାରୁ ମୁଖ୍ୟ ବଜ଼ାର ପର୍ଯ୍ୟନ୍ତ ହେବ l

ରାସ୍ତା ନିର୍ମାଣ ପାଇଁ ଉଚ୍ଛଦ ହେବାକୁ ଥିବା ସରକାରୀ ଜମି ଜବରଦଖଲରେ ଶତାଧିକ ବ୍ୟକ୍ତିଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବ l ଭାଙ୍ଗିବାକୁଥିବା ବ୍ୟକ୍ତିଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଭାଙ୍ଗିବାକୁଥିବା ସ୍ଥାନମାନଙ୍କରେ ସରକାରଙ୍କ ପକ୍ଷରୁ ଚି଼ହ୍ନ ମରାଯାଇଥିଲା l ଗୋପ ତହସିଲ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟସୀମା ମଧ୍ୟରେ ଯଦି ସେମାନେ ତାଙ୍କ ସ୍ଵଇଚ୍ଛାରେ ନଭାଙ୍ଗନ୍ତି ତେଵେ ସରକାରଙ୍କ ପକ୍ଷରୁ ଭାଙ୍ଗି ଦିଆଯିବ ଵୋଲି ଜଵରଦଖଲକାରୀମାନଙ୍କୁ ସୁଚନା ଦିଆଯାଇଥିଲା l ଏହାକୁ ନେଇ କେତେକ ଵ୍ୟକ୍ତି ଓ ଵ୍ୟେଵସାୟୀ ସେମାନଙ୍କ ଘର ଓ ଦୋକାନ ଭାଙ୍ଗୁଥିଲେ l

ଜବର ଦଖଲ ଉଚ୍ଛେଦ କୁ ଜବରଦଖଲକାରୀ ମାନେ ମଧ୍ୟ ସ୍ୱାଗତ କରିଛନ୍ତି,ଆଜିର ଉଚ୍ଛେଦ ସମୟରେ ଗୋପ ତହସିଲଦାର ସୂର୍ଯ୍ୟ ପ୍ରକାଶ ଦାଶ, ଅତିରିକ୍ତ ତହସିଲଦାର ସତ୍ୟଜିତ ନାୟକ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସଚିନ ପଟେଲ, ନିମାପଡା ଏସ୍ଡ଼ିପିଓ ଜନାର୍ଦ୍ଦନ ପାଢ଼ୀ ଙ୍କ ସମେତ ୧୦ ରୁ ଉର୍ଦ୍ଧ୍ୱ ଅଫିସର ୬ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ ଗୋପ ଆର ଆଇ ରସ୍ମିତା ପ୍ରଧାନ, ସୁପରଭାଇଜର ସୁଶାନ୍ତ ଦାସ, ଭୀମ ଚରଣ ପୂର୍ତ୍ତି, ଅମିନ ଧନୁରାମ ମୁର୍ମୁ, ସୁଶାନ୍ତ ଵେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି l

Post Views: 54
Share200Tweet125Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In