ବାଲେଶ୍ୱର ( ଭିଓଭି ) ୧୦/୧ ; – ବାହାନଗା ଅଂଚଳ ପାଇଁ ଏକ ଖୁସିର ଖବର। ସରକାରୀ ଓକିଲ ଶୁଭଶ୍ରୀ ଦାସ ଓ ମନୋଜ ମହାନ୍ତିଙ୍କ ନିଯୁକ୍ତି ରେ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଆଶାର ନୂଆ ଆଲୋକ ଭରିଯାଇଛି ।ନ୍ୟାୟିକ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।
ଏହି ଅବସରରେ ବାହାନଗା ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଗୋପାଳପୁର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ବାହାନଗା ତହସିଲଦାର ଅମ୍ବିକା ଭୁୟାଁଙ୍କ ସହ ନବନିଯୁକ୍ତ ଦୁଇ ଓକିଲଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା। ମଣ୍ଡଳ ସ୍ତରୀୟ କର୍ଯ୍ୟକର୍ତ୍ତା, ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, କର୍ମୀ ଓ ସାଂସଦ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଦୁଇ ଯୁବ ଓକିଲଙ୍କ ନିଷ୍ଠା ଓ କାର୍ଯ୍ୟକୁଶଳତା ଦ୍ୱାରା ବାହାନଗାର ନ୍ୟାୟିକ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ଏବଂ ସାଧାରଣ ଲୋକଙ୍କୁ ସହଜ ଓ ସୁନିଶ୍ଚିତ ନ୍ୟାୟ ମିଳିବ ବୋଲି ଅଂଚଳ ବାସୀଙ୍କ ଆଶା ରଖିଛନ୍ତି।
