• About Us
  • Contact Us
Tuesday, May 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କୁ ଇରାନର କଡ଼ା ଜବାବ, ‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’

by Voice of Victims
January 14, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଟ୍ରମ୍ପଙ୍କୁ ଇରାନର କଡ଼ା ଜବାବ, ‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’

ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଇରାନ କଡ଼ା ଜବାବ ଦେଇଛି । ଇରାନର ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅଲି ଲାରିଜାନୀ ଟ୍ରମ୍ପଙ୍କ ପୋଷ୍ଟର ଉତ୍ତର ଦେଇ ଲେଖିଛନ୍ତି , ଇରାନବାସୀଙ୍କ ପାଇଁ ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହେଉଛନ୍ତି ସବୁଠାରୁ ବଡ଼ ଶତ୍ରୁ । ଇରାନବାସୀଙ୍କ ଅସଲ ହତ୍ୟାକାରୀଙ୍କ ନାମ ଘୋଷଣା କରୁଛୁ । ଯେଉଁଥିରେ ୧ ନମ୍ବରରେ ଟ୍ରମ୍ପ ଓ ୨ନମ୍ବରରେ ନେତାନ୍ୟାହୁ ଅଛନ୍ତି । ଆମେରିକା ଏବଂ ଇସ୍ରାଏଲ ଇରାନରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଏବଂ ଏହି ଦୁଇ ଦେଶର ଉସୁକାଇବା ଯୋଗୁଁ ହିଁ ଇରାନରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି ।

ଏହାରି ମଧ୍ୟରେ ଇରାନର ଶାସନ ପରିବର୍ତ୍ତନ ପାଇଁ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ବିସ୍ଫୋରକ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ଇରାନର ଆନ୍ଦୋଳନକାରୀଙ୍କୁ ସିଧାସଳଖ ସମର୍ଥନ ଜଣାଇ କହିଛନ୍ତି, ପ୍ରତିବାଦ ଜାରି ରଖନ୍ତୁ ଓ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନିଅନ୍ତୁ । ଆମେରିକା ପକ୍ଷରୁ ସେମାନଙ୍କ ପାଇଁ ଖୁବଶୀଘ୍ର ସାହାଯ୍ୟ ପହଞ୍ଚିବାକୁ ଯାଉଛି ବୋଲି ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋସିଆଲ୍’ ପ୍ଲାଟଫର୍ମରେ ଲେଖିଛନ୍ତି । ଏହାକୁ ନେଇ ଲାରିଜାନୀ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଦ୍ୱାରା ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବ । ଏହା ଆମେରିକାର ସ୍ୱାର୍ଥ ପାଇଁ କ୍ଷତିକାରକ ହେବ । ଇରାନର ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଇରାନରେ ଚାଲିଥିବା ଏହି ଆନ୍ଦୋଳନରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨,୪୦୦ ଅତିକ୍ରମ କରିଛି । ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ପରି ଦେଶଗୁଡ଼ିକ ଇରାନର ରାଷ୍ଟ୍ରଦୂତଙ୍କୁ ସମନ କରି ଏହି ଦମନଲୀଳାକୁ ବିରୋଧ କରିଛନ୍ତି ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
  • ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
  • ଓଡ଼ିଶା ଆସିବେ ନୀତିନ ନବୀନ
  • ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ
  • NEET (UG) ୨୦୨୬ ପରୀକ୍ଷା ବାତିଲ, ଆଉ ଥରେ ହେବ ପରୀକ୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In