• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର

by Voice of Victims
July 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର

ଭୁବନେଶ୍ୱର, ଜୁଲାଇ ୨୫: ଉଚ୍ଚସ୍ତରୀୟ ଚିକିତ୍ସା ଦକ୍ଷତା ଓ ସମନ୍ୱିତ କାର୍ଯ୍ୟଧାରାର ପରିଚୟ ସ୍ୱରୁପ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍‌)ର ଡାକ୍ତରମାନେ ଏକ ୧୦ ମାସର ଶିଶୁର ଜୀବନ ସଫଳତାର ସହ ବଂଚାଇଛନ୍ତି । ଶିଶୁଟିର ଡାହାଣ ମୁଖ୍ୟ ଶ୍ୱାସନଳୀ ମଧ୍ୟରେ ଅଟକି ରହିଥିବା ଏକ ଆତ ମଞ୍ଜିକୁ ଜଟିଳ ପ୍ରକ୍ରିୟା ମାଧ୍ୟମରେ ବାହାର କରି ଶିଶୁଟିର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ମମ୍ ଡାକ୍ତର । ଶିଶୁଟି ଆତ ମଞ୍ଜିଟିକୁ ଗିଳି ଦେବା ଫଳରେ ଏହା ଶ୍ୱାସନଳୀକୁ ଚାଲିଯିବା ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସେ ନିଶ୍ୱାସ ନେବା ପାଇଁ କଷ୍ଟ ଅନୁଭବ କରିଥିଲା । ଏଭଳି ଜଟିଳ ଅବସ୍ଥାରେ ଶିଶୁଟିକୁ ସମ୍ ଅଲ୍‌ଟିମେଟ୍ ମେଡିକେୟାରକୁ ଅଣାଯାଇଥିଲା । ଛାତିର ଏକ୍ସ-ରେ ରୁ ଜଣାପଡ଼ିଥିଲା ଯେ ଡାହାଣ ପାଶ୍ୱର୍ ଶ୍ୱାସନଳୀରେ ମଞ୍ଜିଟି ଅଟକି ରହିଥିବାରୁ ଡାହାଣ ପାଶ୍ୱର୍ ଫୁସଫୁସ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଏହା ଏକ ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟି କରିବା ଫଳରେ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା ।

ସମ୍ ଅଲ୍ଟିମେଟ୍ ମେଡିକେୟାରର କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ଏବଂ ସ୍କଲ୍ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ରାଧାମାଧବ ସାହୁ ଏମର୍ଜେନ୍ସି ରିଜିଡ୍ ବ୍ରୋଙ୍କୋସ୍କୋପି ପ୍ରକ୍ରିୟା ମାଧ୍ୟମରେ ଆତ ମଞ୍ଜିଟିକୁ ଶିଶୁର ଶରୀରରୁ କାଢ଼ିବା ନିମନ୍ତେ ପଦକ୍ଷେପ ନେଇଥିଲେ । ମଞ୍ଜିଟି ଦୃଢ଼ ଭାବେ ଅଟକି ରହିଥିବାରୁ ପ୍ରାରମ୍ଭିକ କେତେକ ପ୍ରୟାସ ବିଫଳ ହୋଇଥିଲେ ମଧ୍ୟ ଶେଷରେ ଡାକ୍ତର ସାହୁ ସ୍ୱତନ୍ତ୍ର ଅପ୍‌ଟିକାଲ୍ ଫୋର୍ସେପ୍ସ ବ୍ୟବହାର କରି ସଫଳତାର ସହ ମଞ୍ଜିଟିକୁ ବାହାର କରିଥିଲେ । ଏହା ଫଳରେ ଶ୍ୱାସନଳୀର ଅବରୋଧ ତୁରନ୍ତ ଦୂର ହୋଇ ଶିଶୁଟି ସାଧାରଣ ଭାବେ ନିଶ୍ୱାସ ନେବାକୁ ସକ୍ଷମ ହୋଇଥିଲା ।

ଡାକ୍ତର ସାହୁ କହିଛନ୍ତି ଯେ “୧୦ ମାସର ଶିଶୁଠାରେ ବ୍ରୋଙ୍କୋସ୍କୋପି କରିବା ଶ୍ୱାସନଳୀ ସମ୍ବନ୍ଧୀୟ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । ଆତ ମଞ୍ଜିଟି ଶିଶୁର ଶ୍ୱାସନଳୀ ତୁଳନାରେ ବହୁତ ବଡ଼ ଥିଲା ଏବଂ ଏହାର ଚିକ୍କଣ ପୃଷ୍ଠ ଯୋଗୁଁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇଥିଲା । କେତେକ ପ୍ରୟାସ ବିଫଳ ହେବା ପରେ ଧୈର୍ଯ୍ୟ, ଦକ୍ଷତା ଓ ଅପ୍‌ଟିକାଲ୍ ଫୋର୍ସେପ୍ସ ବ୍ୟବହାର କରି ଆମେ ଏହାକୁ ସଫଳତାର ସହ ବାହାର କରିପାରିଥିଲୁ ।” ଏହି ସଫଳ ଚିକିତ୍ସାରେ ଆନାସ୍ଥେସିଆ ବିଭାଗର ଡାକ୍ତର ରଞ୍ଜିତ ପତି, ଶିଶୁରୋଗ ବିଭାଗର ଡାକ୍ତର ପ୍ରଦୀପ ଦେ ଓ ଡାକ୍ତର ହିମାଂଶୁଙ୍କ ସମେତ ଏକ ବହୁବିଭାଗୀୟ ଟିମ୍‌ର ସମନ୍ୱିତ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ଅସ୍ତ୍ରୋପଚାର ପରେ ଶିଶୁଟି ସୁସ୍ଥ ହୋଇ ବର୍ତମାନ ସ୍ଥିର ଅବସ୍ଥାରେ ରହିଛି । ଡାକ୍ତର ସାହୁ ଅଭିଭାବକମାନଙ୍କୁ ଛୋଟ ଶିଶୁମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ମଞ୍ଜି, ବାଦାମ ଓ ଅନ୍ୟାନ୍ୟ ଛୋଟ ବସ୍ତୁ ଶିଶୁମାନଙ୍କ ହାତ ପାହାନ୍ତାରୁ ଦୂରରେ ରଖିବା ଆବଶ୍ୟକ । ଏଭଳି ବସ୍ତୁ ଅସାବଧାନତାବଶତଃ ଶ୍ୱାସନଳୀକୁ ଚାଲିଗଲେ ଓ ତୁରନ୍ତ ଚିକିତ୍ସା ନ ମିଳିଲେ ତାହା ମାରାତ୍ମକ ହୋଇପାରେ ।

ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସଫଳତା ନିମନ୍ତେ ସମଗ୍ର ଡାକ୍ତରୀ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଛନ୍ତି, “ଏହି ଜଟିଳ ମାମଲାର ସଫଳ ପରିଚାଳନା ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଉଚ୍ଚମାନର ଚିକିତ୍ସା ଦକ୍ଷତା, ଅତ୍ୟାଧୁନିକ ଭିତିଭୂମି ଓ ବହୁବିଭାଗୀୟ ସମନ୍ୱିତ ଚିକିତ୍ସା ବ୍ୟବସ୍ଥାର ପ୍ରତିଫଳନ । ଏଭଳି ଜଟିଳ ଜରୁରୀ ପରିସ୍ଥିତିରେ ୧୦ ମାସର ଶିଶୁର ଜୀବନ ବଂଚାଇବା ଏକ ଉଲ୍ଲେଖନୀୟ ସଫଳତା ।”

ସମ୍ ଅଲ୍‌ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଶିଶୁମାନଙ୍କ କ୍ଷେତ୍ରରେ ଓ ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟେକ ସେକେଣ୍ଡ ଅତ୍ୟନ୍ତ ମୂଲ୍ୟବାନ । ଏହି ସଫଳତା ଆମ ଡାକ୍ତରୀ ଦଳର ପ୍ରସ୍ତୁତି, ଦକ୍ଷତା ଓ ନିଖୁଣ ସମନ୍ୱୟର ପ୍ରମାଣ । ଏଭଳି ଜଟିଳ ପରିସ୍ଥିତିରେ ଆମ ବିଶେଷଜ୍ଞମାନେ ଶିଶୁଟିକୁ ନୂଆ ଜୀବନ ଦେଇପାରିଥିବାରେ ଆମେ ଗର୍ବିତ । ଜୀବନ-ସଙ୍କଟାପନ୍ନ ପରିସ୍ଥିତିରେ ଅତ୍ୟାଧୁନିକ, ସମୟୋପଯୋଗୀ ଓ ରୋଗୀ କୈନ୍ଦ୍ରିକ ଚିକିତ୍ସା ସେବା ପ୍ରଦାନ ପାଇଁ ଆମେ ସଦା ପ୍ରତିବଦ୍ଧ ବୋଲି ଡକ୍ଟର ଦାଶ କହିଛନ୍ତି ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା
  • ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In