• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

by Voice of Victims
February 4, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି।
           ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ ରଚନା ଓ ନିର୍ଦ୍ଦେଶନା ସହ ନିଜେ ଅଭିନୟ କରିଛନ୍ତି ଦଶରଥ ସିଂ। ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ – ବାଲ୍ୟ ବିବାହ ସଚେତନତା ଉପରେ ଏହି ନାଟକ ଆଧାରିତ। ଏଥିରେ ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ସୁନ୍ଦର ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା। ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ‘ହେମଲ ଉମ୍ବୁଲ’ ନାଟକ ପ୍ରସ୍ତୁତ କରାଯାଇଛି। ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ‘‘ଆଦିବାସୀ ମେଳାରେ ପ୍ରଥମ ଥର ପାଇଁ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଏହା ଆଦିବାସୀ ସମ୍ପ୍ରଦାୟର କଳାକାରମାନଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ’’, କହିଛନ୍ତି ଦଶରଥ ସିଂ।ଶନିବାର, ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନ ରହିଥିଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଡିଆବାସାରୁ ଆସିଥିବା ମା’ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବର ସଦସ୍ୟମାନେ ମୁଣ୍ଡାରୀ ଭାଷାରେ”ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା’ ନାଟକ ମଞ୍ଚସ୍ଥ କରିଥିଲେ। ଏଥିରେ ମୋବାଇଲ ଫୋନର ବହୁଳ ବ୍ୟବହାର କରି ଜଣେ ଆଦିବାସୀ ଯୁବକ କିଭଳି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ଦେଖିବାକୁ ମିଳିଥିଲା। ଶତ୍ରୁଘ୍ନ ସିଂହ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ସାନ୍ତାଳୀ ଭାଷାରେ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ’ ନାଟକ ପରିବେଷଣ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟରେ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ଆଦି ବ୍ୟବହାର ଯୋଗୁଁ ସେମାନଙ୍କର ଜୀବନଶୈଳୀ କିପରି ପ୍ରଭାବିତ ହେଉଛି ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା। ଗଙ୍ଗାଧର ହେମ୍ବ୍ରମ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସାନ୍ତାଳୀ ଭାଷାରେ ନାଟକ ପରିବେଷଣ ପାଇଁ ଏତେ ଚମତ୍କାର ମଞ୍ଚ ଯୋଗାଇ ଦେଇଥିବାରୁ ଶ୍ରୀ ହେମ୍ବ୍ରମ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ନାଟକ ମହୋତ୍ସବର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଜନଜାତି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ‘‘ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ବଡ଼ ସମ୍ପତ୍ତି। ଆଦିବାସୀ ମେଳା ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଭଲ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି’’, କହିଛନ୍ତି ସଚିବ ରୂପା ରୋଶନ ସାହୁ।ଫେବୃଆରୀ ୫, ସୋମବାର ଆଦିବାସୀ ମେଳାର ଉଦଯାପନୀ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ୍ କ୍ଲବ ପକ୍ଷରୁ ‘ହୋ’ ଭାଷାରେ ନାଟକ ‘ଆଦିବାସୀ’ ପରିବେଷଣ କରାଯିବ। ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗାଇପାଇ। ଏଥିରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦୁର୍ଦ୍ଦଶାକୁ ନେଇ ପ୍ରସ୍ତୁତ ହୋଇଛି ବୋଲି ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In