• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ଆସନ୍ତା ୨୦ରେ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

by Voice of Victims
January 16, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ଆସନ୍ତା ୨୦ରେ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରିବ ବିଜେପି । ଜାନୁଆରୀ ୧୯ ତାରିଖରେ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରାଯିବ ।

ନୋଟିଫିକେସନ ଅନୁଯାୟୀ, ଜାନୁଆରୀ ୧୬ରେ ନିର୍ବାଚକ ମଣ୍ଡଳୀ ମତଦାତାଙ୍କ ତାଲିକା ପ୍ରକାଶ କରିବ । ଜାନୁଆରୀ ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ ହେବ । ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ହେବ । ଆବଶ୍ୟକ ପଡିଲେ ଭୋଟିଂ ହେବ । ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ । ଏବେ ନୀତିନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ଅନୁମାନ କରାଯାଉଛି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ । ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେହି ଦିନଠାରୁ ଅନୁମାନ କରାଯାଉଥିଲା ନୀତିନ ନବୀନ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି । ନୀତିନ ନବୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିବେ । ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ।

Post Views: 61
Share201Tweet126Send
Voice of Victims

Voice of Victims

Recent Posts

  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା
  • ପୂରା ଓଡ଼ିଶାକୁ ବଡ଼ ଆଲର୍ଟ, ଆଜି ଅବପାତ, ପ୍ରବଳ ବର୍ଷିବ
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In