ବାଲୁଗାଁ : ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଯୋଗଜୟାନନ୍ଦ RCCF ଭୁବନେଶ୍ୱର ଯୋଗଦେଇ ଉଦଘାଟନ କରିଥିଲେ ।
ବମ୍ବେ ନାଚୁରଲ ହିଷ୍ଟି ଅଫ ସୋସାଇଟିର ଡକ୍ଟର ସତ୍ୟା ସେଲବମ ପ୍ରଶିକ୍ଷଣ ଦେଉଥିବା ବେଳେ, ପକ୍ଷୀ ଏକ୍ସପଟ, ବିଶେଷଜ୍ଞ, ଓୟୁଏଟି ଛାତ୍ର ଛାତ୍ରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କର୍ମଚାରୀ ସରକାରୀ ଓ ବେସରକାରୀ କର୍ମଚାରୀ ସମେତ CDA କର୍ମଚାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କିପରି ଭାବରେ ପକ୍ଷୀ ଗଣନା କରାଯିବା ତାହାରି ଉପରେ ପ୍ରଶିକ୍ଷଣ ଦିଆଯାଇଛି ।
୫ଟି ରେଞ୍ଜ ରେ ମୋଟ ୨୨ ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ ଏହି ପକ୍ଷୀ ଗଣନାରେ ନିୟୋଜିତ ରହିବେ । ସକାଳ ୬ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଚିଲିକା DFO ଅମ୍ଲାନ ନାୟକଙ୍କ ଅଧକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା ।
