• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସ୍ତ୍ରୀକୁ ନିଜ ଦରମା ଲୁଚାଇପାରିବେନି ସ୍ବାମୀ, ଭରଣପୋଷଣ ମାମଲାରେ ସ୍ବାମୀଙ୍କ ଆୟକର ମାଗିପାରିବେ ସ୍ତ୍ରୀ

by Voice of Victims
January 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସ୍ତ୍ରୀକୁ ନିଜ ଦରମା ଲୁଚାଇପାରିବେନି ସ୍ବାମୀ, ଭରଣପୋଷଣ ମାମଲାରେ ସ୍ବାମୀଙ୍କ ଆୟକର ମାଗିପାରିବେ ସ୍ତ୍ରୀ

ନୂଆଦିଲ୍ଲୀ : ଏଣିକି ସ୍ତ୍ରୀକୁ ଲୁଚାଇପାରିବେନି ସ୍ବାମୀ । ସୂଚନା ଅଧିକାର ଆଇନରେ ସ୍ତ୍ରୀ ନିଜ ସ୍ବାମୀଙ୍କ ପ୍ରକୃତ ଆୟ ଜାଣିପାରିବେ । କେନ୍ଦ୍ରୀୟ ସୂଚନା କମିସନଙ୍କ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ଭରଣପୋଷଣ ମାମଲାରେ ସ୍ବାମୀଙ୍କ ଆୟକର ମାଗିପାରିବେ ସ୍ତ୍ରୀ ।

ନିର୍ଦ୍ଦେଶ ଅନୁଯାୟୀ ଏଣିକି ଜଣେ ପତ୍ନୀ ନିଜର ଭରଣପୋଷଣ ମାମଲା ପାଇଁ ସ୍ବାମୀଙ୍କ ମୋଟ ବାର୍ଷିକ ଆୟ ସଂପର୍କରେ ସୂଚନା ପାଇପାରିବେ । ସ୍ୱାମୀ କେତେ ଟଙ୍କାର ଆୟ ଉପରେ ଟିକସ ଦେଉଛନ୍ତି, ସେହି ସଂଖ୍ୟାଟି ଜାଣିବା ପାଇଁ ପତ୍ନୀ ହକଦାର । ଜଣେ ବ୍ୟକ୍ତିଙ୍କ ଆୟକର ରିଟର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଶ୍ରେଣୀଭୁକ୍ତ । କିନ୍ତୁ କୋର୍ଟ ଓ CIC କହିଛନ୍ତି ଯେ, ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ମାମଲା ଚାଲିଥାଏ, ସେତେବେଳେ ସ୍ୱାମୀଙ୍କ ଆୟ ଜାଣିବା ପତ୍ନୀଙ୍କର ଅଧିକାର । ଏହାକୁ ସମ୍ପୂର୍ଣ୍ଣ ରୂପେ ଗୋପନୀୟ କୁହାଯାଇପାରିବ ନାହିଁ ।

ଯଦି ସ୍ୱାମୀ ଜଣେ ସରକାରୀ କର୍ମଚାରୀ ତେବେ ତାଙ୍କର ଦରମା ସୂଚନା RTI ଆଇନର ଧାରା ୪ ଅନୁଯାୟୀ ସାର୍ବଜନୀନ । ଏହା ପାଇବା ପାଇଁ ଅଧିକ କଟକଣା ନଥାଏ । କିନ୍ତୁ ପୁରା ଆୟକର ଦାଖଲ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ମିଳିବ ନାହିଁ । ସ୍ୱାମୀଙ୍କର PAN କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଇନଭେଷ୍ଟମେଣ୍ଟସର ବିସ୍ତୃତ ବିବରଣୀ କିମ୍ବା ଆୟକର ଫର୍ମର ସମ୍ପୂର୍ଣ୍ଣ କପି ଦିଆଯିବ ନାହିଁ । ସ୍ବାମୀଙ୍କ ମୋଟ ଆୟ ଜାଣିବା ପାଇଁ ସଂପୂର୍ଣ୍ଣ ମହିଳାଙ୍କୁ ବିବାହର ପ୍ରମାଣ ଦେବାକୁ ପଡ଼ିବ । କୋର୍ଟରେ ଭରଣପୋଷଣ କିମ୍ବା ପାରିବାରିକ ମାମଲା ଚାଲୁଥିବା ନେଇ ପ୍ରମାଣ ଦେବାକୁ ହେବ ।

ଏକ ଭରଣପୋଷଣ ମାମଲାରେ ତାଙ୍କ ସ୍ବାମୀ ନିଜର ପ୍ରକୃତ ଆୟ ଲୁଚାଉଥିବା ନେଇ ପତ୍ନୀ ଅଭିଯୋଗ କରିଥିଲେ । ଆୟକର ବିଭାଗ ତଥ୍ୟ ଦେବାକୁ ମନା କରିଥିଲେ । କିନ୍ତୁ କାଭେଟ ମାଧ୍ୟମରେ ସୂଚନା କମିସନ ବିନୋଦ ତିୱାରୀ ଏହି ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅସହାୟ ମହିଳାମାନେ କୋର୍ଟରେ ନିଜର ହକ ପାଇବା ପାଇଁ ସ୍ବାମୀଙ୍କ ପ୍ରକୃତ ଆୟର ପ୍ରମାଣ ପାଇପାରିବେ ।

Post Views: 33
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In