ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ମାରଣାସ୍ତ୍ର । ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆଜି ଭୋରରୁ ଖଣ୍ଡଗିରି ଯାତ୍ରା ଦେଖି ଫେରିବା ପରେ ଆକ୍ରମଣ ହୋଇଛି ।
ଆହତ ଯୁବକ ହେଲେ ପାତ୍ରପଡା ଅଞ୍ଚଳର ଚିଣ୍ଟୁ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
