• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

by Voice of Victims
January 31, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନଠାରେ ଶପଥ ନେବେ ସୁନେତ୍ରା ପାୱାର। ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଶପଥ ନେବେ । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯିବ। ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ ଥିବା ଅର୍ଥ, ଅବକାରୀ ଓ କ୍ରୀଡ଼ା ବିଭାଗ ସମ୍ଭାଳିବେ ।

ଗତ ୨୮ ଜାନୁଆରୀରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ​ଅଜିତ ପାୱାରଙ୍କ ପରଲୋକ ପରେ NCPରେ ନେତୃତ୍ୱର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା, ତାକୁ ପୂରଣ କରିବା ପାଇଁ ପରିବାର ଏବଂ ଦଳୀୟ ନେତାମାନେ ସୁନେତ୍ରାଙ୍କ ନାମରେ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଥିରେ କୌଣସି ଆପତ୍ତି ନଥିବା ଜଣାଇଛନ୍ତି। ​ସୁନେତ୍ରା ପାୱାର ଜଣେ ଜଣାଶୁଣା ସମାଜସେବୀ। ସେ ୨୦୨୪ରୁ ରାଜ୍ୟସଭା ସାଂସଦ ଅଛନ୍ତି। ବାରାମତୀରେ ଅଜିତ ପାୱାରଙ୍କ ଦେହାନ୍ତ ପରେ ସେହି ଆସନ ଏବେ ଖାଲି ପଡ଼ିଛି। ଏହି ଆସନରୁ ସୁନେତ୍ରା ପାୱାର ପ୍ରତିଦ୍ୱନ୍ଦ୍ବିତା କରିବେ ବୋଲି ଜଣାପଡିଛି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସ୍ବାଭାବିକ ରଖିବା ପାଇଁ ଶୋକ ପାଳନ ସହିତ ସରକାରୀ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ଦଳ ଏହି ନିଷ୍ପତ୍ତି ନେଇଛି।

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In