ରଣପୁର, ୩୧/୦୧ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ୭ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସଫଳତାର ସହ ଆୟୋଜିତ ହୋଇଯାଇଛି | ଏହି ବୈଠକରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋଦାବରୀ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ | ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ବେହେରା ବିଶେଷ ଅତିଥି ଭାବେ ଓ ପ୍ରଥମ ଓଡିଶା ଫାଉଣ୍ଡେସନର ଅନନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଠକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ବୈଠକରେ କ୍ଲଷ୍ଟରର ୯ ଜଣ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟତ୍ରୀ ଓ ୮ ଜଣ FLN ଶିକ୍ଷକ-ଶିକ୍ଷିକା ଉପସ୍ଥିତ ରହି ସକ୍ରିୟ ଭାବେ ଆଲୋଚନାରେ ଭାଗନେଇଥିଲେ | ବୈଠକରେ ଶିକ୍ଷା କ୍ୟାଲେଣ୍ଡର, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ପ୍ରଶ୍ନ ପ୍ରଣାଳୀ, ବହୁଶ୍ରେଣୀ ଶିକ୍ଷାଦାନ କୌଶଳ, ଶ୍ରେଷ୍ଠ ବିଦ୍ୟାଳୟ ବିଭିନ୍ନ କୌଶଳ, ଶ୍ରେଣୀ ପର୍ଯ୍ୟବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା , ଶିକ୍ଷଣ ସୋପାନର ସଠିକ ବ୍ୟବହାର, ପଢ଼ିବା ଅଭିଯାନ (ଶ୍ରେଣୀ–୧ ରୁ ୮), ମାସିକ ପଢ଼ା ଅଗ୍ରଗତି ସମୀକ୍ଷା, ନିୟମିତ ପାଠ ଯୋଜନା, ନିପୁଣ ବିଦ୍ୟାଳୟ ଅଗ୍ରଗତି, ଭର୍ଚୁଆଲ୍ ମନିଟରିଂ, “ପଢ଼ିବା–ଗଢ଼ିବା ଓଡ଼ିଶା” କାର୍ଯ୍ୟକ୍ରମ ଉପରେ ଗଭୀର ଆଲୋଚନା ହୋଇଥିଲା |

ସେଥିସହ ବିଦ୍ୟାଳୟ ସୁରକ୍ଷା କମିଟି ଗଠନ, ଶିଶୁ ସୁରକ୍ଷାକୁ ପ୍ରାଥମିକତା, ସୁରକ୍ଷା ଅଡିଟ୍, ମକ୍ ଡ୍ରିଲ୍, ଅଗ୍ନି ନିରାପତ୍ତା ସାମଗ୍ରୀ, ସୁରକ୍ଷା ତହବିଲ ବ୍ୟବହାର, କୁକୁର କାମୁଡ଼ା ସଚେତନତା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ବିଦ୍ୟାଳୟ ସ୍ୱାସ୍ଥ୍ୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଛାତ୍ରଛାତ୍ରୀ ଡ୍ରପଆଉଟ୍ ହ୍ରାସ ନିମନ୍ତେ ପଦକ୍ଷେପ ଓ ଯାଦୁ ପେଡିର ବ୍ୟବହାର ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା | ସି.ଆର.ସି.ସି. ସୁଶୀଲ କୁମାର ରଣା ସମସ୍ତ ଏଜେଣ୍ଡା ଉପସ୍ଥାପନ କରିଥିଲେ | ଆଗାମୀ ୭ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ | ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ବିଦ୍ୟାଳୟ ଓ ଶିଶୁ ମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟ ସ୍ତରରେ କାର୍ଯ୍ୟ କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ |

ଏହି ଅବସରରେ କ୍ଲଷ୍ଟରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ସରସ୍ବତୀ ରାଉତରାୟ, ଶିକ୍ଷକ ରାଜ କିଶୋର ଦୋରା, ଶିକ୍ଷୟତ୍ରୀ ପ୍ରଭାତୀ ପରିଡା, ସରୋଜିନୀ ଖୁଣ୍ଟିଆ ଓ ସ୍ଵାଗତିକା ପ୍ରଧାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଓ କ୍ଲଷ୍ଟର ଶିକ୍ଷକଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ଶୁଭେଚ୍ଛା ଜଣାଯାଇଥିଲା | ଶେଷରେ ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ବେହେରା ଓ ନିହାଳପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭ୍ରମରବର ତାଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ।
