ରଣପୁର,୩୧/୦୧ ସିନ୍ଦୁରିଆ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ନାଳରୁ ଯୁବକର ମୃତ ଦେହ ଉଦ୍ଧାର ହୋଇଛି ।ଯୁବକ ଜଣଙ୍କ ହେଉଛନ୍ତି ବରପଲ୍ଲୀ ଗ୍ରାମର ବିକାଶ ପ୍ରଧାନ (୨୨) ବର୍ଷ ପିତା ଭୀମସେନ ପ୍ରଧାନ । ସୂଚନା ଅନୁସାରେ ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ବିକାଶ ପ୍ରଧାନ ଗତ ସୋମବାର ଦିନ ନିକଟସ୍ଥ କୋଦାଳ ପଲ୍ଲୀ ଗ୍ରାମକୁ ବିବାହ ଭୋଜି ଖାଇବାକୁ ଯାଇ ଥିଲେ। କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପୁଅକୁ ନପାଇବାରୁ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ।
ତେବେ ଆଜି ସକାଳୁ ଯୁବକର ମୃତ ଦେହ ସିନ୍ଦୁରିଆ ଗ୍ରାମ ନିକଟରେ ବହିଯାଇଥିବା ଏକ ପରିତ୍ୟକ୍ତ ନଦୀରେ ଭାସୁଥିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ,ରଣପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେହି ମାରି ଦେଇ ଉକ୍ତ ନାଳରେ ଫିଙ୍ଗିଦେଇ ଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।
