• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର

by Voice of Victims
February 5, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର

ରାଜସ୍ଥାନ : ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦ । ପତ୍ନୀ ସାଜିଲା ଯମ । ସାତ ଜନ୍ମର ସାଥୀ ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ନିର୍ମମ ମର୍ଡର ପରେ ଏହାକୁ ହିଟ୍-ଆଣ୍ଡ୍-ରନ ମାମଲାର ରୂପ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ତଦନ୍ତରୁ ସତ ସାମ୍ନାକୁ ଆସିଛି ।

ରାଜସ୍ଥାନରେ ୨୭ ବର୍ଷୀୟ ଆଶିଷ କୁମାର ମାତ୍ର ୩ ମାସ ତଳେ ଅଞ୍ଜୁଙ୍କ ସହ ତାଙ୍କର ବିବାହ ହୋଇଥିଲା । କିନ୍ତୁ ଅଞ୍ଜୁ ଏହି ସମ୍ପର୍କରେ ଖୁସି ନଥିଲେ ଏବଂ ନିଜ ପୂର୍ବ ପ୍ରେମିକ ସଞ୍ଜୟଙ୍କ ସହ ରହିବାକୁ ଚାହୁଁଥିଲେ । ସେଥିପାଇଁ ସେମାନେ ଆଶିଷଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ରାତିରେ ଖାଇସାରିବା ପରେ ଅଞ୍ଜୁ ତାଙ୍କ ସ୍ୱାମୀ ଆଶିଷଙ୍କୁ ବୁଲିବାକୁ ଏକ ନିଛାଟିଆ ରାସ୍ତାକୁ ଡାକି ନେଇଥିଲେ ।

ପୂର୍ବରୁ ସେଠାରେ ଲୁଚି ରହିଥିବା ପ୍ରେମିକ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ଆଶିଷଙ୍କୁ ଆକ୍ରମଣ କରିଥିଲେ । ସେମାନେ ଆଶିଷଙ୍କୁ ବାଡ଼ିରେ ପିଟିବା ପରେ ଏକ ମଫଲରରେ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସକୁ ଭ୍ରମିତ କରିବା ପାଇଁ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦିଆଯାଇଥିଲା । ଏହା ‘ହିଟ୍-ଆଣ୍ଡ୍-ରନ୍’ ବା ଗାଡ଼ି ଧକ୍କା ଯୋଗୁ ମୃତ୍ୟୁ ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ ।

ଅଞ୍ଜୁ ନିଜେ ରାସ୍ତାରେ ବେହୋସ ହୋଇ ପଡ଼ି ରହିବାର ନାଟକ କରିଥିଲେ । ସେ କହିଥିଲେ ଯେ, କିଛି ଦୁର୍ବୃତ୍ତ ଆସି ତାଙ୍କ ଗହଣା ଲୁଟିବା ସହ ତାଙ୍କ ସ୍ୱାମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ ଏସଆଇ ଅମୃତା ଦୁହାନଙ୍କ ନେତୃତ୍ୱରେ ତଦନ୍ତରୁ ଜଣାପଡ଼ିଥିଲା ଅଞ୍ଜୁଙ୍କ ବୟାନରେ ତାଳମେଳ ରହୁନାହିଁ । ଗାଡ଼ି ଧକ୍କା ହୋଇଥିଲେ ମଧ୍ୟ ଅଞ୍ଜୁଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିଲା । କଲ ରେକର୍ଡରୁ ସବୁଠାରୁ ବଡ଼ ପ୍ରମାଣ ମିଳିଥିଲା । ଯେଉଁଥିରେ ବିବାହ ପରେ ମଧ୍ୟ ଅଞ୍ଜୁ ଓ ସଞ୍ଜୟ ଲଗାତାର କଥା ହେଉଥିବା ଜଣାପଡ଼ିଥିଲା ।

ପୋଲିସ ଅଞ୍ଜୁ, ପ୍ରେମିକ ସଞ୍ଜୟ ଏବଂ ହତ୍ୟାରେ ସହଯୋଗ କରିଥିବା ରୋହିତ ଓ ବାଦଲଙ୍କୁ ଗିରଫ କରିଛି । ପୂର୍ବରୁ ମେଘାଳୟରେ ଏପରି ଏକ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଥିଲା । ଗତବର୍ଷ ମେରେ ବିବାହ ପରେ ହନିମୁନରେ ଯାଇଥିବା ବେଳେ ସ୍ବାମୀ ରାଜ ରଘୁବଂଶୀଙ୍କୁ ସ୍ତ୍ରୀ ସୋନମ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିଲେ । ରାଜସ୍ଥାନରେ ଏହି ଘଟଣାକୁ ଗତବର୍ଷର ରାଜ ରଘୁବଂଶୀ ଚର୍ଚ୍ଚିତ ମାମଲା ସହ ତୁଳନା କରି ‘ହନିମୁନ୍ ମର୍ଡର ୨.୦’ ନାମ ଦିଆଯାଇଛି ।

Post Views: 42
Share199Tweet125Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In