• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ

by Voice of Victims
February 5, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ

ନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ ନୂଆ କଡ଼ା ନିୟମ ଜାରି କରିଛନ୍ତି ସରକାର । ଯେଉଁମାନେ ପୂର୍ବରୁ IAS କିମ୍ବା IFS ଭାବେ ନିଯୁକ୍ତ ହୋଇସାରିଛନ୍ତି, ସେମାନେ CSE -2026 ପରୀକ୍ଷା ଦେଇପାରିବେ ନାହିଁ ।

ପୂର୍ବରୁ IPS ପାଇଥିବା ପ୍ରାର୍ଥୀ ପୁଣି ଥରେ ପରୀକ୍ଷା ଦେଇପାରିବେ । କିନ୍ତୁ ସେମାନେ ପୁଣି ଥରେ IPS ସେବା ପାଇଁ ଆବେଦନ କରିପାରିବେ ନାହିଁ । ୨୦୨୬ ପରୀକ୍ଷାରେ ଚୟନ ହୋଇଥିଲେ, ପରୀକ୍ଷାର୍ଥୀଙ୍କୁ ଟ୍ରେନିଂରେ ଯୋଗ ଦେବାକୁ ପଡ଼ିବ । ଯଦି ପରୀକ୍ଷାର୍ଥୀ ୨୦୨୭ ରେ ପୁଣି ପରୀକ୍ଷା ଦେବାକୁ ଚାହିଁବେ, ତେବେ ତାଙ୍କୁ କେବଳ ଫାଉଣ୍ଡେସନ୍ କୋର୍ସ କରିବାକୁ ହେବ ।

ଅନ୍ୟ ବାକି ଟ୍ରେନିଂରୁ ଛାଡ଼ ପାଇଁ ଅନୁମତି ନେବାକୁ ପଡ଼ିବ। ସେହିପରି୨୦୨୮ କିମ୍ବା ତା ପରେ ପୁଣି ଥରେ ପରୀକ୍ଷା ଦେବାକୁ ଇଚ୍ଛୁକ ଥିଲେ, ସେଠାରେ ପରୀକ୍ଷାର୍ଥୀଙ୍କୁ ନିଜ ପୂର୍ବ ଚାକିରିରୁ ଇସ୍ତଫା ଦେବାକୁ ପଡ଼ିବ। ଯେଉଁମାନେ ୨୦୨୫ କିମ୍ବା ତା’ ପୂର୍ବରୁ କୌଣସି ସେବା ପାଇଛନ୍ତି, ସେମାନଙ୍କୁ ଶେଷ ଥର ପାଇଁ ୨୦୨୬ ବା ୨୦୨୭ରେ ବିନା ଇସ୍ତଫାରେ ପରୀକ୍ଷା ଦେବାକୁ ସୁଯୋଗ ମିଳିଛି । ଏହି ନିୟମ ପ୍ରଣୟନ କରି ପ୍ରାର୍ଥୀମାନେ ଚାକିରି ପାଇବା ପରେ କେବଳ ପରୀକ୍ଷା ପଛରେ ନପଡ଼ି ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ ଏବଂ ସିଟ୍ ନଷ୍ଟ ନହେଉ ବୋଲି ସରକାର ନିଷ୍ପତ୍ତି କରିଛନ୍ତି ।

Post Views: 44
Share200Tweet125Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In