• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେପିର ହୋହଲ୍ଲା, ବିଜେଡିର ଧାରଣା

by Voice of Victims
February 7, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେପିର ହୋହଲ୍ଲା, ବିଜେଡିର ଧାରଣା

ଭୁବନେଶ୍ବର: ଆଜି ବିଧାନସଭାରେ ଚାଲି ପାରିଲାନି ପ୍ରଶ୍ନକାଳ । ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ ବିଜେପି ସଦସ୍ୟମାନେ ଅର୍ପଣ ଚାଉଳକୁ ନେଇ ଗୃହ ମଧ୍ୟଭାଗରେ ହୋହଲ୍ଲା ନାରାବାଜି କରିବା ସହିତ ପୋଷ୍ଟର ଦେଖାଇ ପ୍ରତିବାଦ କରିଥିଲେ । ବିଜେପି ଅଭିଯୋଗ କରିଛି ଯେ, ଅର୍ପଣ ଚାଉଳରେ ଉଷୁନ ଚାଉଳ ମିଶିଛି । ଉଷୁନ ଚାଉଳରେ ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ହେଲା । ଯେଉଁଥିପାଇଁ ମହାପ୍ରଭୁ ଗୋଟିଏ ଦିନ ଉପବାସ ରହିଲେ ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାର ନିଜର ରାଜନୈତିକ ଇଚ୍ଛା ପୂରଣ କରିବା ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି ବିଜେପି କହିଛି । ସେପଟେ ବିଜେଡି ବିଧାୟକମାନେ ନିଜ ନିଜ ସିଟ୍‌ରେ ଛିଡା ହୋଇ ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଅଯଥା ରାଜନୀତି କରିଥିବା ଅଭିଯୋଗ କରି ନାରାବାଜି କରିଥିଲେ ।ଘଟଣାକୁ ନେଇ ବିଜେଡି ସଦସ୍ୟ ଧାରଣା ଦେଇଥିଲେ । ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେଡି ସଦସ୍ୟ । ବିଜେଡି ଅଭିଯୋଗ କରି କହିଛି ଯେ, ଏହି ମାମଲାରେ ଯେପରି ଭାବେ ବିଜେପିର ସଦସ୍ୟମାନେ ରାଜନୀତି କଲେ, ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କଲେ, ଦୋଷୀକୁ ଖସେଇବାକୁ ଚେଷ୍ଟା କଲେ ଆଜି ତାହା ଧରା ପଡିଗଲା । ସତ୍ୟତା ପଦାରେ ପଡିଛି । ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ହୋଇଛି । ତେଣୁ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ଏବଂ ବିଜେପି ବିଧାୟକମାନେ ଜନସାଧାରଣଙ୍କ ଆଗର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । ଉଭୟ ବିଜେପି ଏବଂ ବିଜେଡି ସଦସ୍ୟମାନେ ମୁହାଁମୁହିଁ  ହୋଇଥିଲେ । ଯେଉଁଥି ପାଇଁ ବାଚସ୍ପତି ବାରମ୍ବାର   ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲେ ହେଲେ କେହି ଶୁଣି ନଥିଲେ । ବାଧ୍ୟହୋଇ ସାଢେ ୧୧ଟଆ ପର୍ୟ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ସାଢେ ୧୧ଟାରେ  ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ବାଧ୍ୟ ହୋଇ ବାଚସ୍ପତି ପୁଣି ସାଢେ ୧୨ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ସାଢେ ୧୨ଟାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବା ଯୋଗୁଁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।

Post Views: 34
Tags: BJP's Hohalla
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In