• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି

by Voice of Victims
February 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ । ଟିମ୍ ଅନୁ ଗର୍ଗରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ଅଦଳ ବଦଳ ପଛର ପ୍ରମୁଖ କାରଣ ମଧ୍ୟରେ ରହିଛି, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି । ସ୍ଥିରତା ଓ ନିରନ୍ତରତା ବଜାୟ ରଖିବା ସହ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବିଭାଗରେ ସମନ୍ୱୟ ରଖିବାକୁ ଗୁରୁତ୍ୱ ମିଳିଛି । ବିଶେଷ କରି ଖଣି କ୍ଷେତ୍ର, ଜମିଜମା ପ୍ରସଙ୍ଗ, ଯୋଜନା ବଦ୍ଧ ଭାବେ ସହରାଞ୍ଚଳର ବିକାଶ ଓ ଆଗାମୀ ପୌର ନିର୍ବାଚନ ଆଦିକୁ ଦୃଷ୍ଟିରେ ରଖି ଅଦଳ ବଦଳ ହୋଇଛି ।

ବର୍ତ୍ତମାନ ଉନ୍ନୟନ କମିଶନର ଥିବା ଡି କେ ସିଂ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ଏହି ବିଭାଗ ତାଙ୍କ ପାଇଁ ନୂଆ ନୁହେଁ। 2021ରୁ 2024 ମଧ୍ୟରେ ସେ ଥିଲେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ତଥା ଅତିରିକ୍ତ ମୁଖ୍ୟ ସଚିବ । ଏହାସହ ଓଏମସିର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ତେଣୁ ଖଣି କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ ପୁଣି ପୁରୁଣା ବିଭାଗ ପାଇଛନ୍ତି। ଏହି କ୍ଷେତ୍ରରେ ନିରନ୍ତରତା ରକ୍ଷା କରିବା ସହ ରାଜ୍ୟରେ ଶିଳ୍ପ ଓ ଖଣି ପ୍ରକଳ୍ପଗୁଡିକୁ ତ୍ୱରିତ ବେଗରେ ଆଗକୁ ନେବା ପାଇଁ ଡି କେ ସିଂଙ୍କୁ ପୁନଶ୍ଚ ଇସ୍ପାତ ଓ ଖଣିବିଭାଗରେ ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହାଦ୍ୱାରା ଶିଳ୍ପ ଅଭିବୃଦ୍ଧିକୁ ଗତି ମିଳିବ ଏବଂ ବେଆଇନ ଖଣି କାରବାର ରୋକିବାକୁ ବଳ ମିଳିବ। ତେଣୁ ଅଦଳବଦଳର ମୁଖ୍ୟ କାରଣ ଅଭିଜ୍ଞତା ଏବଂ ଅର୍ତନୀତିର ଏହି କ୍ଷେତ୍ରରେ ଏକ ସ୍ଥିରତା ଆଣିବା।

କୃଷି ସଚିବ ଥିବା ଅରବିନ୍ଦ ପାଢୀଙ୍କ ବଦଳି ହୋଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ମିଳିଛି । ଏହାସହ ସେ ପୂର୍ବଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ । ଅରବିନ୍ଦ ପାଢ଼ୀ 2022ରୁ କୃଷି ବିଭାଗର ସଚିବ ଥିଲେ । ଅର୍ଥାତ ସାଢ଼େ ତିନି ବର୍ଷରୁ ଅଧିକ ସମୟ ଧରି ସେ ଏହି ବିଭାଗରେ ରହିଥିବାରୁ ତାଙ୍କ ବଦଳି ହେବା ଆଶା କରାଯାଉଥିଲା । ବର୍ତ୍ତମାନ ରାଜସ୍ୱ ବିଭାଗ ସହ ଏକ ସଙ୍ଗରେ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ତୁଲାଇବେ । ଯାହା ଦ୍ୱାରା ବହୁ ଦିନ ହେବ ଶ୍ରୀମନ୍ଦିର ଜମିଜମା ବିବାଦ ଓ ରେକର୍ଡରେ ଥିବା ଅସଙ୍ଗତି ଦୂର କରିବା ସହ ପୁରୀର ବିଭିନ୍ନ ଜମିଜମା ସମ୍ପର୍କିତ ବିବାଦ ତୁଟାଇବାରେ ସାହାଯ୍ୟ ହେବ ବୋଲି ଅନୁମାନ କରାଯାଉଛି । ସେ କୃଷି ବିଭାଗରେ ବହୁ ଦିନ ଥିବାରୁ ତାଙ୍କ ଜମି ସମ୍ପର୍କିତ ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ନୀତି ନିର୍ଦ୍ଧାରଣରେ ଏହା ସାହାଯ୍ୟ କରିବ ।

ଉଷା ପାଢ଼ୀ ନଗର ଉନ୍ନୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଜାରି ରଖିବେ । ଏଥିରେ ପରିବର୍ତ୍ତନ ହୋଇ ନାହିଁ । କାରଣ ଆଗକୁ ପୌର ନିର୍ବାଚନ ରହିଛି । ଏହାସହ ସୀମା ପୁନଃ ନିର୍ଦ୍ଧାରଣ କାମ ହେବ। ତେଣୁ ସମ୍ବେଦନଶୀଳ ସମୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏବେ ସେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ସହ ଇଡକୋ ଅଧ୍ୟକ୍ଷ ବାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେପଟେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 2022ରୁ ପରିବହନ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତିନି ବର୍ଷରୁ ଅଧିକ ସମୟ ଏହି ବିଭାଗରେ ରହି ସାରିଥିବାରୁ ତାଙ୍କର ଏହି ବିଭାଗରେ ବଦଳି ହେବାର ଥିଲା ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In