• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ଦମଦାର ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

by Voice of Victims
February 13, 2026
in ଦେଶ ବିଦେଶ, ମୁଖ୍ୟ ଖବର
ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ଦମଦାର ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! । ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଶେଖ୍ ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ । ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ । ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଐତିହାସିକ ବିଜୟ ହାସଲ କରିଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ବାଂଲାଦେଶ ସଂସଦୀୟ ନିର୍ବାଚନରେ BNPକୁ ଏକ ନିର୍ଣ୍ଣାୟକ ବିଜୟ ହାସଲର ନେତୃତ୍ୱ ନେବା ପାଇଁ ମୁଁ ଶ୍ରୀ ତାରିକ ରହମାନଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଏହି ବିଜୟ ବାଂଲାଦେଶର ଲୋକଙ୍କର ଆପଣଙ୍କ ନେତୃତ୍ୱ ଉପରେ ଥିବା ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ ।”ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ହେବ ବୋଲି କହିଛନ୍ତି ମୋଦି ।

ସୂଚନାନୁଯାୟୀ, ୨୦୨୪ର ଛାତ୍ର ଆନ୍ଦୋଳନ ଏବଂ ଶେଖ ହସିନାଙ୍କ ସରକାର ପତନ ପରେ ଏହା ଥିଲା ଦେଶର ପ୍ରଥମ ବଡ଼ ନିର୍ବାଚନ । ୨୯୯ଟି ଆସନ ମଧ୍ୟରୁ BNP ମେଣ୍ଟ ଡବଲ ସେଞ୍ଚୁରୀ ମାରିଛି । ଏହା ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୫୧ ସଂଖ୍ୟାଠାରୁ ବହୁତ ଅଧିକ । ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଫେରିଥିବା ତାରିକ୍ ରହମାନ ଢାକା-୧୭ ଏବଂ ବୋଗ୍ରା-୬ ଦୁଇଟିଯାକ ଆସନରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ନିର୍ବାଚନ କମିଶନଙ୍କ ଅନୁସାରେ ପ୍ରାୟ ୬୦.୬୯% ମତଦାନ ହୋଇଛି । ବହୁ ବର୍ଷ ପରେ ଲୋକମାନେ ଉତ୍ସାହର ସହ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଦେଇଛନ୍ତି ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In