ଲୋଧାଚୁଆ ୪ ଅପ୍ରେଲ: — ଶହୀଦ ରଘୁ-ଦିବାକର ଆଞ୍ଚଳିକ ସ୍ମୃତି କମିଟି,ଲୋଧାଚୁଆ ତରଫରୁ ଆଜି ଶହୀଦ ରଘୁ-ଦିବାକର ଙ୍କ ବଳିଦାନ ଦିବସ ଲୋଧାଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଦହିଖାଇ ଯୁବକ ସଂଘ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଦିନ ୮ ଘଟିକା ରେ ଲୋଧାଚୁଆ ବଜାର ଠାରେ ଥିବା ଶହୀଦ ଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ସମସ୍ତ ଅତିଥି, ନିର୍ବାଚିତ ପ୍ରତିନିଧି ଓ ଉପସ୍ଥିତ ସମସ୍ତ ଜନ ଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସମ୍ମିଳିତ ଜନଗଣ ଏକ ଶୋଭାଯାତ୍ରାରେ ବାହାରି ଲୋଧାଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାକକ୍ଷ ରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ରେ ସାମିଲ ହୋଇଥିଲେ।

ଶରତ ଚନ୍ଦ୍ର ପରିଡ଼ା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସରପଞ୍ଚ ସ୍ମିତା ରାଉତରାୟ, ସମ୍ପାଦକ ନେତ୍ରାନନ୍ଦ ମହାନ୍ତି,ଲେଖକ ଦେବୀ ପ୍ରସାଦ ସାମନ୍ତରାୟ , ସମାଜ ସେବୀ ପ୍ରଫୁଲ ନାୟକ ଓ ସୁରେଶ ସ୍ବାଇଁ, ସମିତି ସଭ୍ୟ ମୀନକେତନ ନାୟକ, ପ୍ରଫୁଲ୍ଲ ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଶହୀଦ ପରିବାର ତରଫରୁ ଶହୀଦ ଙ୍କ ଦାୟାଦ ଭାବେ ଡାକ୍ତର ଦେବାଶିଷ ପରିଡ଼ା, ଗିରିଜା ମହାନ୍ତି ଓ ଦିବାକର ପୃଷ୍ଟି ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପଞ୍ଚାୟତ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ୯ ଜଣ ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତା ରେ ଯୋଗ ଦେଇଥିଲା ବେଳେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନ ଙ୍କୁ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଦହିଖାଇ ଯୁବକ ସଂଘ ପ୍ରାଙ୍ଗଣରେ ଏକ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିରକୁ ଡାକ୍ତର ଦେବାଶିଷ ପରିଡ଼ା ଉଦ୍ଘାଟନ କରିଥିଲାବେଳେ ନୟାଗଡ଼ ବ୍ଲଡ ବ୍ୟାଙ୍କ ଜରୀଆରେ ୧୬ ଇୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ରମେଶ ଚନ୍ଦ୍ର ସ୍ବାଇଁ ଙ୍କ ଲୋୟେଲା ୱେଲ୍ ଫେୟାର ଫାଉଣ୍ଡେସନ ଆନୁକୁଲ୍ୟରେ ବହୁ ଅଭିଜ୍ଞ ସମ୍ପର୍ଣ୍ଣ ଡାକ୍ତର ଙ୍କ ଦ୍ବାରା ପ୍ରାୟ ୫୦ ଜଣ ବିଭିନ୍ନ ବର୍ଗର ରୋଗୀଙ୍କ ମାଗଣା ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା। ପୁରୁଣା ଆଣ୍ଠୁ ଗଣ୍ଠି ଜନୀତ ରୋଗର ଆଧୁନିକ ଥେରାପି ପ୍ରଣାଳୀ ରେ ଲକ୍ଷ୍ମୀକାନ୍ତ ଜୟସିଂହ ଙ୍କ ଦ୍ଵାରା ପ୍ରାୟ ୧୦ ଜଣ ରୋଗୀ ଚିକିତ୍ସା ହୋଇଥିଲେ।ସୁନାଖଳା ଠାରୁ ଚାନ୍ଦପୁର ରାସ୍ତା କୁ ଶହିଦ ରଘୁ – ଦିବାକର ଙ୍କ ନାମ ରେ ନାମିତ କରିବା ପାଇଁ ସ୍ମୃତି କମିଟି ପକ୍ଷରୁ ଦାବୀ କରିବା ସହ ସରକାରଙ୍କ ନିକଟରେ ବିଧିବଦ୍ଧ ଭାବେ ଉପସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି।
