• About Us
  • Contact Us
Saturday, November 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ

by Voice of Victims
November 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଜିଠାରୁ ବଦଳିଗଲା ATM ସମ୍ବନ୍ଧୀୟ ଏହି ନିୟମ, ଜାଣନ୍ତୁ RBIର ନୂତନ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଆପଣ ATMରୁ ଟଙ୍କା ଉଠାଉଛନ୍ତି କି? ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏହି ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ। ଦେଶରେ ହ୍ୱାଇଟ୍‌ ଲେବଲ୍‌ ATM (White Label ATM) ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛି ଆରବିଆଇ। ଏଣିକି ଏହି ATM ପରିଚାଳନା କରୁଥିବା ଘରୋଇ କମ୍ପାନୀଗୁଡ଼ିକୁ ନଗଦ ଟଙ୍କା ପାଇଁ କେବଳ ଗୋଟିଏ ପ୍ରାୟୋଜକ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବନି। ଅନ୍ୟ ବ୍ୟାଙ୍କରୁ ମଧ୍ୟ ନଗଦ ନେଇପାରିବେ। ଏପରିକି ଆରବିଆଇର ଇସ୍ୟୁ ଅଫିସ୍‌ ଏବଂ କରେନ୍ସି ଚେଷ୍ଟରୁ ସିଧାସଳଖ ନୋଟ୍‌ କିଣିବାର ସୁଯୋଗ ମଧ୍ୟ ମିଳିବ।

ନଭେମ୍ବର ୨୭ ତାରିଖରେ ଆରବିଆଇ ଏନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିୟମ ତୁରନ୍ତ ଲାଗୁ ହୋଇଛି। ନୂଆ ବ୍ୟବସ୍ଥା ଦ୍ୱାରା ହ୍ୱାଇଟ୍‌ ଲେବଲ୍‌ ATM ପରିଚାଳନା କରୁଥିବା କମ୍ପାନୀଗୁଡ଼ିକର ନଗଦ ସଂଗ୍ରହ ପ୍ରକ୍ରିୟା ଅଧିକ ସହଜ ଓ ସୁବିଧାଜନକ ହୋଇପାରିବ। ତେବେ ଏହି ପରିବର୍ତ୍ତନ ସାଧାରଣ ଗ୍ରାହକଙ୍କ ପାଇଁ କ’ଣ ଗୁରୁତ୍ୱ ରଖୁଛି? ହ୍ୱାଇଟ୍‌ ଲେବଲ୍‌ ATM କ’ଣ ଏବଂ ନୂଆ ନିୟମରେ କ’ଣ ସବୁ ବଦଳିବ? ଆସନ୍ତୁ ଜାଣିବା।

କ’ଣ ଏହି ହ୍ୱାଇଟ୍‌ ଲେବଲ୍‌ ATM?

ସାଧାରଣତଃ ATM କହିଲେ ଆମେ କୌଣସି ବ୍ୟାଙ୍କ ଦ୍ୱାରା ପରିଚାଳିତ ଟଙ୍କା ଉଠାଣ ମେସିନ୍‌କୁ ବୁଝିଥାଉ। କିନ୍ତୁ ସବୁ ATM ବ୍ୟାଙ୍କ ଦ୍ୱାରା ପରିଚାଳିତ ହୋଇନଥାଏ। କିଛି ଘରୋଇ କମ୍ପାନୀ ମଧ୍ୟ ନିଜସ୍ୱ ATM ସ୍ଥାପନ ଓ ପରିଚାଳନା କରିଥାନ୍ତି। ଏଗୁଡ଼ିକୁ ହ୍ୱାଇଟ୍‌ ଲେବଲ୍‌ ATM କୁହାଯାଏ। ଏହି ATMରେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କର ମାଲିକାନା କିମ୍ବା ବ୍ରାଣ୍ଡିଂ ନଥାଏ। ଗ୍ରାହକ ନିଜ ନିଜ ବ୍ୟାଙ୍କର ଡେବିଟ୍‌ କାର୍ଡ ବ୍ୟବହାର କରି ଏଠାରୁ ଟଙ୍କା ଉଠାଇପାରନ୍ତି। ଅର୍ଥାତ୍‌ ATMର ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀ ପାଖରେ ରହିଥିବାବେଳେ ଗ୍ରାହକଙ୍କୁ ନଗଦ ଟଙ୍କା ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଥାଏ।

RBIର ନୂଆ ନିୟମରେ କ’ଣ ବଦଳିଲା?

ପୂର୍ବରୁ ହ୍ୱାଇଟ୍‌ ଲେବଲ୍‌ ATM ଅପରେଟରମାନେ ନଗଦ ଟଙ୍କା ପାଇଁ ମୁଖ୍ୟତଃ ନିଜ ପ୍ରାୟୋଜକ ବ୍ୟାଙ୍କ (Sponsor Bank) ଉପରେ ନିର୍ଭର କରୁଥିଲେ। ଫଳରେ ନଗଦ ଯୋଗାଣ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସହିତ ସମନ୍ୱୟ ରଖିବାକୁ ପଡ଼ୁଥିଲା। କିନ୍ତୁ ଏବେ ଆରବିଆଇ ଏହି ବ୍ୟବସ୍ଥାକୁ ଅଧିକ ନମନୀୟ କରିଛି। ନୂଆ ନିୟମ ଅନୁଯାୟୀ, ATM ଅପରେଟରମାନେ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କରୁ ମଧ୍ୟ ନଗଦ ଟଙ୍କା ଗ୍ରହଣ କରିପାରିବେ। ଏଥିରେ ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ମଧ୍ୟ ସାମିଲ ରହିଛନ୍ତି। ଏହାଦ୍ୱାରା ନଗଦ ଯୋଗାଣର ବିକଳ୍ପ ବଢ଼ିବ।

RBI କାର୍ଯ୍ୟାଳୟରୁ ସିଧାସଳଖ କିଣିପାରିବେ ନୋଟ୍‌

ନୂଆ ନିୟମର ଆଉ ଏକ ବଡ଼ ବିଶେଷତ୍ୱ ହେଉଛି, ହ୍ୱାଇଟ୍‌ ଲେବଲ୍‌ ATM ଅପରେଟରମାନେ ଏଣିକି ଆରବିଆଇର ଇସ୍ୟୁ ଅଫିସ୍‌ ଏବଂ କରେନ୍ସି ଚେଷ୍ଟରୁ ସିଧାସଳଖ ବଲ୍କରେ ନଗଦ ଟଙ୍କା କିଣିପାରିବେ। ତେବେ ଏଥିପାଇଁ ସର୍ବନିମ୍ନ ୧ ଲକ୍ଷ ନୋଟ୍‌ କିଣିବାକୁ ପଡ଼ିବ। ଅର୍ଥାତ୍‌ କୌଣସି କମ୍ପାନୀ ୧ ଲକ୍ଷ, ୨ ଲକ୍ଷ କିମ୍ବା ୩ ଲକ୍ଷ ନୋଟ୍‌ କିଣିପାରିବ। କିନ୍ତୁ ଏଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ପୈଠ କରିବା ବାଧ୍ୟତାମୂଳକ।

ଏଥିପାଇଁ କମ୍ପାନୀଗୁଡ଼ିକୁ ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟର ଇସ୍ୟୁ ବିଭାଗ ସହିତ ଯୋଗାଯୋଗ କରିବାକୁ ପଡ଼ିବ। ଏହାସହ ନିଜର ATMଗୁଡ଼ିକ କେଉଁ କେଉଁ ସ୍ଥାନରେ ରହିଛି, ତାହାର ତାଲିକା ମଧ୍ୟ ଦାଖଲ କରିବାକୁ ହେବ। ଏହାଦ୍ୱାରା ସମ୍ପୃକ୍ତ କରେନ୍ସି ଚେଷ୍ଟ ସହିତ ନଗଦ ଯୋଗାଣ ବ୍ୟବସ୍ଥାକୁ ଯୋଡ଼ାଯାଇପାରିବ।
ଏକାଧିକ ପ୍ରାୟୋଜକ ବ୍ୟାଙ୍କ ରଖିପାରିବେ କମ୍ପାନୀ
ନୂଆ ନିୟମରେ ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଏକାଧିକ ପ୍ରାୟୋଜକ ବ୍ୟାଙ୍କ ରଖିବାର ଅନୁମତି। ଏଣିକି ହ୍ୱାଇଟ୍‌ ଲେବଲ୍‌ ATM ପରିଚାଳନା କରୁଥିବା କମ୍ପାନୀଗୁଡ଼ିକ କେବଳ ଗୋଟିଏ ବ୍ୟାଙ୍କ ସହିତ ଚୁକ୍ତି କରିବାକୁ ବାଧ୍ୟ ନୁହନ୍ତି। ଆବଶ୍ୟକତା ଅନୁସାରେ ଏକାଧିକ ବ୍ୟାଙ୍କ ସହିତ ଚୁକ୍ତି କରି ନଗଦ ଟଙ୍କା ସଂଗ୍ରହ କରିପାରିବେ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
  • Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା
  • ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ
  • ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
  • ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In