• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, ୯ ଏପ୍ରିଲରେ ଭୋଟ୍

by Voice of Victims
April 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, ୯ ଏପ୍ରିଲରେ ଭୋଟ୍

ନୂଆଦିଲ୍ଲୀ : ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୯ ତାରିଖ ଏହି ରାଜ୍ୟଗୁଡିକରେ ଭୋଟଗ୍ରହଣ କରାଯିବ । ଆସାମ ବିଧାନସଭାର ୧୨୬, କେରଳର ୧୪୦ ଏବଂ ପୁଡୁଚେରୀର ୩୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ମଇ ୪ରେ ଘୋଷଣା କରାଯିବ । ପ୍ରଚାର କାର୍ଯ୍ୟରେ ଗୀତ, ନାଚ କିମ୍ବା ମତଦାତାଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ କୌଣସି ପ୍ରକାର ମେନାରଂଜନ ଭଳି ସାଂସ୍କ୍ତିକ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲାଗିଛି ।

ଆସାମ ବିଧାନସଭା ନିର୍ବାଚନରେ ୨.୫ କୋଟି ଭୋଟର ରହିଛନ୍ତି, ଏଥିରେ ୧.୨୫ କୋଟି ପୁରୁଷ, ୧.୨୫ କୋଟି ମହିଳା ଏବଂ ୩୪୩ ୩ୟ ଲିଙ୍ଗ ରହିଛନ୍ତି । କେରଳରେ ୧୪୦ ସିଟରେ ୮୯୦ ପ୍ରାର୍ଥୀ ରହିଛନ୍ତି । କେରଳରେ ୨.୭୧ କୋଟି ଭୋଟର ରହିଛନ୍ତି । ଏଥିରେ ୧.୩୨ କୋଟି ପୁରୁଷ ଏବଂ ୧.୩୯ କୋଟି ମହିଳା ଏବଂ ୨୭୩ ୩ୟ ଲିଙ୍ଗ ରହିଛନ୍ତି । ପଡୁଚେରୀରେ ୯.୪୪ ଲକ୍ଷ ଭୋଟର ରହିଛନ୍ତି । ୪.୪୩ ଲକ୍ଷ ପୁରୁଷ ଏବଂ ୫ ଲକ୍ଷ ମହିଳା ଏବଂ ୧୩୯ ୩ୟ ଲିଙ୍ଗ ରହିଛନ୍ତି ।

କେରଳରେ ପିନାରାଇ ବିଜୟନଙ୍କ ଏଲଡିଏଫ୍ ବର୍ତ୍ତମାନ ଶାସନ କରୁଛି । କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ) ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଛି । ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିବାବେଳେ ଏହା ପୁଣି ବିଜୟୀ ହେବ ବୋଲି ଚର୍ଚ୍ଚା ଚାଲିଛି ।

Post Views: 247
Share199Tweet124Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In