• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ

by Voice of Victims
April 29, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଡ୍ୟୁଟି ଯାଇଥିବା ୟୁପି କ୍ୟାଡର ଆଇପିଏସ୍ ଅଜୟ ପାଲ ଶର୍ମାଙ୍ଗୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅଜୟ ପାଲ ଶର୍ମାଙ୍କ ଦବଙ୍ଗଗିରିର ଭିଡିଓ ଭାଇରଲ ହେବା ପରେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରାଯାଇଥିଲା । ଭାରତୀୟ ନିର୍ବାଚନ କମିଶନ ତାଙ୍କୁ ଜଣେ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିବା ପୂର୍ବରୁ କୋଲକତା ହାଇକୋର୍ଟରେ ମଧ୍ୟ ଏହି ସମାନ କଥା ଉଠିଥିଲା ।

ଆଇପିଏସ ଅଧିକାରୀ ଅଜୟ ପାଲଙ୍କୁ ବଙ୍ଗଳାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ଅନେକ ତୃଣମୂଳ କଂଗ୍ରେସ (ଟିଏମସି) ସମେତ ସମଗ୍ର ବିରୋଧୀ ଦଳ । ତେବେ ଗତକାଲି ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପର୍ଯ୍ୟବେକ୍ଷକ ଭାବରେ ତାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା ।

କୋଲକତା ହାଇକୋର୍ଟ କହିଥିଲେ, ୨୯ ଏପ୍ରିଲ ଯାଏଁ ନିର୍ବାଚନ ଡିଟ୍ୟୁରେ ଥିବା କୌଣସି ଅଧିକାରୀଙ୍କ ବିରୋଧରେ କୌଣସି ଆଦେଶ ଜାରି କରାଯାଇ ନାହିଁ । ଆଇପିଏସ ଅଜୟ ପାଲ ଶର୍ମା ସାଉଥ ୨୪ ପ୍ରଗଣା ଜିଲ୍ଲାରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଚିର୍ବାଚନ ଆୟୋଗ ଦ୍ବାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ । ଜଷ୍ଟିସ କୃଷ୍ଣ ରାଓ କୋର୍ଟରେ ଆଇପିଏସ ଅଫିସର ଅଜୟ ପାଲ ଶର୍ମାଙ୍କୁ ଜୋନରେ କାର୍ଯ୍ୟରେ ରୋକିବା ପାଇଁ ମୌଖିକ ଭାବେ ପ୍ରାର୍ଥନା କରିଥିଲେ । ଓକିଲଙ୍କ ଅଭିଯୋଗ ଥିଲା କି, ଅଜୟ ପାଲ ଆଚାର ସଂହିତା ଉଲ୍ଲଙ୍ଘନ କରିଥିଲେ । ଏହାହକୁ ନେଇ ଜଷ୍ଟିସ ରାଓ କହିଥିଲେ, ୨୯ ଏପ୍ରିଲ ଯାଏଁ ନିର୍ବାଚନ ଡ୍ୟୁଟିରେ ଥିବା କୌଣସି ଅଫିସରଙ୍କ ବିଷୟରେ କୌଣସି ଅର୍ଡର ପାସ୍ କରିବେ ନାହିଁ ।

ଜଣେ ଓକିଲ ଅଭିଯୋଗ କରିଥିଲେ କି, ଅଜୟ ପାଲ ଶର୍ମା ଭୋଟରମାନଙ୍କୁ ଡରାଉଛନ୍ତି । ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ ଭୟଭୀତ କରାଉଛନ୍ତି । ଯାହାକୁ ନେଇ ଜଷ୍ଟିସ କହିଥିଲେ କି, ଯଦି କୌଣସି ଅଭିଯୋଗ ରହିଛି, ତେବେ ନିର୍ବାଚନ ଆୟୋଗ ସହିତ ସଂପର୍କ କରନ୍ତୁ ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
  • କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ
  • ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
  • OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ ବଦଳି କଲେ ରାଜ୍ୟ ସରକାର
  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In