କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଆଗାମୀ ଜୁନ୍ ୨୧ ତାରିଖ ଦିନ ହେବାକୁ ଥିବା ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମହିଳା ପତଞ୍ଜଳି ଯୋଗ ସମିତିର ରାଜ୍ୟ ପ୍ରଭାରୀ ଜେ ଗିରିଜା ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ସୁନିଲ ଶର୍ମା, ଶିଶିର ଜେନା, ସି ଏଚ୍ ବସନ୍ତା, ଆଶିଷ ହାଲଦାର, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ପ୍ରମୋଦ ସାହୁ, ଶୋଭା ଦାଶ, ଇତିଶ୍ରୀ ପାଣିଗ୍ରାହୀ, ବନ୍ଦିତା ମହାପାତ୍ର, ଉଷାରାଣୀ ଜେନା, କବିତା କରଣ, ତପସ୍ଵିନୀ ମହାନ୍ତି, ସବିତା ବେହେରା, ଝୁନାରାଣୀ ବେହେରା, ଅନାମିକା ହୋତା, ବିଦ୍ୟୁତଲତା ରାୟ, ଗୀତାଞ୍ଜଳି ସାହୁ, ରଶ୍ମିତା ବସ୍ତିଆ, ଗୋଲେଖ ପ୍ରଧାନ, ଅମୂଲ୍ୟ ମହାନ୍ତି, ଗଜେନ୍ଦ୍ର ସ୍ବାଇଁ, ଲକ୍ଷ୍ମଣ କରଣ, ପୂର୍ଣ୍ଣଚନ୍ଦ୍ର ସାହୁ, ସନ୍ତୋଷ ଦାଶ, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର, ହୃଷିକେଶ ସାହୁ, ପାର୍ବତୀ ବିଶ୍ଵାଳ, ସ୍ମୃତିରଞ୍ଜନ ମୁଦୁଲି, ଚନ୍ଦନ ମୁଦୁଲି, ମନୋଜ ପାଲ୍ ଓ ବସନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଜ୍ୟୋତିରଞ୍ଜନ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ୨୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ସୁଭାଷ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ କମନ୍ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଯାଇଥିଲା।
