• About Us
  • Contact Us
Thursday, June 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ସମ୍ବର୍ଦ୍ଧିତ

by Voice of Victims
May 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଉତ୍କଳ ପ୍ରତିଦିନ ପକ୍ଷରୁ ଆୟୋଜିତ ଏକ ବିଶେଷ କଂକ୍ଲେଭ୍‌ରେ ସାମାଜିକ ସେବା ଓ ସୂଚନା ଅଧିକାର ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସକ୍ରିୟ କର୍ମୀ ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ଅଧିବକ୍ତା ଶ୍ରୀ ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଏମ୍ସ ଭୁବନେଶ୍ଵରର ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଅନୁଷ୍ଠାନ ତରଫରୁ ଶ୍ରୀ ଦାସ’ଙ୍କର ସାମାଜିକ ସଚେତନତାମୂଳକ କାର୍ଯ୍ୟ, ଜନସ୍ୱାର୍ଥ ସମ୍ପର୍କିତ ପଦକ୍ଷେପ ଏବଂ RTI କ୍ଷେତ୍ରରେ ନିରନ୍ତର ସଂଘର୍ଷକୁ ଉଚ୍ଚ ପ୍ରଶଂସା କରିଥିଲେ। ଡାକ୍ତର ମହାପାତ୍ର କହିଥିଲେ ଯେ, ସମାଜର ସ୍ୱଚ୍ଛତା ଓ ଜବାବଦେହିତା ପାଇଁ ଏପରି ଯୁବ ସମାଜସେବୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟକ।ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ଶ୍ରୀ ପ୍ରକାଶ ଦାସ କହିଥିଲେ ଯେ, ଏପରି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଆହୁରି ନିଷ୍ଠା ଓ ଦୃଢ଼ତା ସହ ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ।

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ ମହାପାତ୍ରଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରିବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ । ଏହି ସମ୍ମାନକୁ ମୁଁ ସମାଜର ସ୍ୱଚ୍ଛତା, ଜବାବଦେହିତା ଓ ଜନସ୍ୱାର୍ଥ ପାଇଁ ନିରନ୍ତର ସଂଘର୍ଷ କରୁଥିବା ସମସ୍ତ ସଚେତନ ନାଗରିକଙ୍କୁ ଉତ୍ସର୍ଗ କରୁଛି । ଶ୍ରୀଦାସ ଉତ୍କଳ ପ୍ରତିଦିନ ଗଣମାଧ୍ୟମ ସଂସ୍ଥା, ଆୟୋଜକମଣ୍ଡଳୀ, ମାନ୍ୟଗଣ୍ୟ ଅତିଥି ଏବଂ ଉପସ୍ଥିତ ସମସ୍ତ ଶ୍ରୋତାବୃନ୍ଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

Post Views: 499
Share207Tweet130Send
Voice of Victims

Voice of Victims

Recent Posts

  • ଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ
  • CMOରୁ ୨ ଫାଇଲ୍‌ ଚୋରି ଏତଲା ପରେ ଆରମ୍ଭ ହେଲା ତଦନ୍ତ, ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ
  • ଗୁରୁ ରନ୍ଧାୱାଙ୍କ ଫିଟନେସ୍ ସେଣ୍ଟର ଉପରକୁ ଗୁଳିମାଡ଼, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କଲା ନିଜକୁ ଦାୟୀ
  • ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”
  • ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In