ଭୁବନେଶ୍ୱର: ଉତ୍କଳ ପ୍ରତିଦିନ ପକ୍ଷରୁ ଆୟୋଜିତ ଏକ ବିଶେଷ କଂକ୍ଲେଭ୍ରେ ସାମାଜିକ ସେବା ଓ ସୂଚନା ଅଧିକାର ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସକ୍ରିୟ କର୍ମୀ ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ଅଧିବକ୍ତା ଶ୍ରୀ ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଏମ୍ସ ଭୁବନେଶ୍ଵରର ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନୁଷ୍ଠାନ ତରଫରୁ ଶ୍ରୀ ଦାସ’ଙ୍କର ସାମାଜିକ ସଚେତନତାମୂଳକ କାର୍ଯ୍ୟ, ଜନସ୍ୱାର୍ଥ ସମ୍ପର୍କିତ ପଦକ୍ଷେପ ଏବଂ RTI କ୍ଷେତ୍ରରେ ନିରନ୍ତର ସଂଘର୍ଷକୁ ଉଚ୍ଚ ପ୍ରଶଂସା କରିଥିଲେ। ଡାକ୍ତର ମହାପାତ୍ର କହିଥିଲେ ଯେ, ସମାଜର ସ୍ୱଚ୍ଛତା ଓ ଜବାବଦେହିତା ପାଇଁ ଏପରି ଯୁବ ସମାଜସେବୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟକ।ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ଶ୍ରୀ ପ୍ରକାଶ ଦାସ କହିଥିଲେ ଯେ, ଏପରି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଆହୁରି ନିଷ୍ଠା ଓ ଦୃଢ଼ତା ସହ ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ।
ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ ମହାପାତ୍ରଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରିବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ । ଏହି ସମ୍ମାନକୁ ମୁଁ ସମାଜର ସ୍ୱଚ୍ଛତା, ଜବାବଦେହିତା ଓ ଜନସ୍ୱାର୍ଥ ପାଇଁ ନିରନ୍ତର ସଂଘର୍ଷ କରୁଥିବା ସମସ୍ତ ସଚେତନ ନାଗରିକଙ୍କୁ ଉତ୍ସର୍ଗ କରୁଛି । ଶ୍ରୀଦାସ ଉତ୍କଳ ପ୍ରତିଦିନ ଗଣମାଧ୍ୟମ ସଂସ୍ଥା, ଆୟୋଜକମଣ୍ଡଳୀ, ମାନ୍ୟଗଣ୍ୟ ଅତିଥି ଏବଂ ଉପସ୍ଥିତ ସମସ୍ତ ଶ୍ରୋତାବୃନ୍ଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।
