• About Us
  • Contact Us
Tuesday, September 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରକାରଙ୍କ ପ୍ରଚାର କଲେ ମିଳିବ ଦରମା

by Voice of Victims
June 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ସରକାରଙ୍କ ପ୍ରଚାର କଲେ ମିଳିବ ଦରମା

ବାଲେଶ୍ବର : ସାମାଜିକ ଗଣମାଧ୍ୟମ ବ୍ଲଗରଙ୍କୁ କିଛି ଥୋପ ଦେବା ଲାଗି ସରକାରୀ ଯୋଜନା ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ବରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏକ ରୁଦ୍ଧଦ୍ବାର ବୈଠକକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ ଗଣମାଧ୍ୟମରେ ସରକାରଙ୍କ ପ୍ରଚାର କଲେ ବ୍ଲଗରମାନଙ୍କୁ ଦରମା ମିଳିବ! ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଉପ ମୁଖ୍ୟମନ୍ତ୍ରୀ ବ୍ଲଗରଙ୍କୁ କହିଥିଲେ। ସେମାନଙ୍କ ସାମାଜିକ ସୁରକ୍ଷା ବାବଦରେ କିଛି ପ୍ରାପ୍ୟ ଦେବା ପାଇଁ ସରକାର ଚିନ୍ତା କରୁଥିବା ଏହି ଅବସରରେ ସେ ସୂଚନା ଦେଇଥିଲେ।

ଆସନ୍ତା ଦୁଇ ମାସ ମଧ୍ୟରେ ସୋସିଆଲ ମିଡିଆରେ ସେମାନଙ୍କ କଣ୍ଟେଣ୍ଟକୁ କେତେ ଲୋକ ଦେଖିଛନ୍ତି, କେତେ ଜଣ ଲାଇକ କରିଛନ୍ତି ଓ କମେଣ୍ଟ ଦେଇଛନ୍ତି, ଏହାକୁ ମାପଦଣ୍ଡ ଭାବେ ଗ୍ରହଣ କରାଯାଇ ୧୫ ଶ୍ରେଷ୍ଠ କ୍ରିଏଟର ବା ବ୍ଲଗରଙ୍କୁ ଚୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୪୧ ଜଣ ବ୍ଲଗରଙ୍କର ସେ ଏକ ତାଲିକା ତିଆରି କରିଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସରକାରଙ୍କ ମାର୍ଗଦର୍ଶନରେ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଜିଲାର ଶତାଧିକ ବ୍ଲଗର ଇଚ୍ଛା ପ୍ରକାଶ କରିଛନ୍ତି। କିଛି ବ୍ଲଗର ଆଜି ଜିଲା ପ୍ରଶାସନ ସହ ଯୋଗାଯୋଗ ମଧ୍ୟ କରିଛନ୍ତି।ଅପରପକ୍ଷେ ସରକାରଙ୍କ ଠାରୁ ସହାୟତା ପାଇ ଭ୍ୟୁୟର୍ସଙ୍କୁ ବ୍ଲଗର ନିରାଶ କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଭଳି ହେଲେ କିଛି ସମୟ ଭିତରେ ପ୍ରଘଟ ହେଉଥିବା ସରକାରଙ୍କ ଦୋଷ ଦୁର୍ବଳତାର ବାସ୍ତବତା ଲୋକଲୋଚନରୁ ଦୂରେଇ ଯିବ କି ବୋଲି ମଧ୍ୟ ପ୍ରଶ୍ନ ହୋଇଛି।ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମର ପ୍ରଭାବୀ ବ୍ଲଗର, ୟୁଟ୍ୟୁବର, କଣ୍ଟେଣ୍ଟ କ୍ରିଏଟରଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ବରରେ ସ୍ବତନ୍ତ୍ର ବୈଠକ କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ସମ୍ପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପ ମୁଖ୍ୟମନ୍ତ୍ରୀ ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ଧରି ସୂଚନା ଦେଇଥିଲେ। ତା’ ପରେ ସାମ୍ବାଦିକଙ୍କୁ ବାହାରି ଯିବାକୁ କୁହାଯାଇଥିଲା। ଜିଲାର ବିଭିନ୍ନ ଅଞ୍ଚଳରୁ ଆମନ୍ତ୍ରିତ ସୋସିଆଲ ମିଡିଆ ବ୍ଲଗରଙ୍କ ସହ ସ୍ବତନ୍ତ୍ର ‌େ‌ବୖଠକ ହୋଇଥିଲା।

ଏଥିରେ ପ୍ରାୟ ୪୦ରୁ ଅଧିକ ବ୍ଲଗ କରୁଥିବା ଯୁବକ ଯୁବତୀ ସାମିଲ ହୋଇଥିଲେ। ବିଶେଷ କରି ସରକାରଙ୍କର କେଉଁ ଯୋଜନା ଭଲ ଲାଗୁଛି ଓ କେଉଁ କାର୍ଯ୍ୟକ୍ରମ ଲୋକ ଗ୍ରହଣ କରୁନାହାନ୍ତି, ଏ ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ବ୍ଲଗରଙ୍କୁ ପଚାରିଥିଲେ।ତେବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷରୁ ନିୟମିତ ସରକାରୀ ଯୋଜନାର ପ୍ରଚାର ପ୍ରସାର କରାଯାଉଥିବାବେଳେ ହଠାତ ସାମାଜିକ ଗଣମାଧ୍ୟମ ପ୍ରତି କାହିଁକି ସରକାର ଆଗ୍ରହ ପ୍ରକାଶ କଲେ, ତାହାକୁ ନେଇ ବାଲେଶ୍ବର ସାମ୍ବାଦିକ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାମାଜିକ ଗଣମାଧ୍ୟମରେ ଅଧିକ ଲୋକ ଯୋଡ଼ିହେବା ସାଙ୍ଗକୁ ଏଥିରେ ବ୍ଲଗର ପୋଷ୍ଟ କରୁଥିବା ବିଭିନ୍ନ କ୍ଷେତ୍ରର ଚିତ୍ର ଓ ଭିଡିଓ, ସରକାରୀ ବ୍ୟବସ୍ଥାର ବାସ୍ତବତାକୁ ପ୍ରତିଫଳନ କରୁଥିବା ଯୋଗୁଁଁ ତାହା ସାଧାରଣତଃ ସରକାରୀ ବିରୋଧୀ ବାର୍ତ୍ତା ଦେଇଥାଏ। ଏହାକୁ ରୋକିବା ପାଇଁ ସ୍ବତନ୍ତ୍ର ଆଇନ ନଥିବା ଯୋଗୁଁଁ ସରକାର ବ୍ଲଗରଙ୍କ ସହ ସାଲିସ କରିବାକୁ ବାଧ୍ୟ ହୋଇଛନ୍ତି କି(?) ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ଆପତ୍ତିଜନକ ଫଟୋ ଭିଡିଓ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ମାତ୍ର ସତ୍ୟ, ନିରପେକ୍ଷ ଓ ବାସ୍ତବତାକୁ ଲୋକଲୋଚନକୁ ଆଣୁଥିବା ସାମାଜିକ ଗଣମାଧ୍ୟମ ବ୍ଲଗରଙ୍କୁ ସରକାର ପରୋକ୍ଷ ଭାବେ କବଜା ନ କରନ୍ତୁ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।

Post Views: 62
Share201Tweet126Send
Voice of Victims

Voice of Victims

Recent Posts

  • ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ
  • ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଳିଗଲା ହୋଟେଲ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
  • ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ
  • କାନାଡ଼ାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
  • ପ୍ରବଳ ବର୍ଷାରେ ଜିଲ୍ଲା ପ୍ରଶାସନଙ୍କ ବଡ଼ ନିଷ୍ପତ୍ତି, ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In