• About Us
  • Contact Us
Saturday, November 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହଂସରାରେ ଅନୁଷ୍ଠିତ ହେଲା ୫ମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ; ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ

by Voice of Victims
November 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ହଂସରାରେ ଅନୁଷ୍ଠିତ ହେଲା ୫ମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ; ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ

ରଣପୁର, ୭ /୧୧ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ୫ମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ହଂସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁଶୀଲ କୁମାର ରଣା, ସି.ଆର.ସି.ସି.ଙ୍କ ତତ୍ତ୍ୱାବଧାନରେ ଓ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ଦେଇଙ୍କ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସି.ଆର.ସି.ସି. ସୁଶୀଲ କୁମାର ରଣା ଏବଂ ସି.ଆର.ଜି. ସୁକାନ୍ତ କୁମାର ବେହେରା ତାଲିମ ପ୍ରଦାନକାରୀ ଭାବେ ଯୋଗଦେଇ ବିଭିନ୍ନ ଶୈକ୍ଷିକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋଦାବରୀ ନାୟକ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସମ୍ପାଦକ ଅଶୋକ କୁମାର ବେହେରା ଓ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରଣପୁରର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଏବଂ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା ଲକ୍ଷ୍ମୀ ଦେଇ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ବୈଠକର ବିଭିନ୍ନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।

କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଥିଲେ। ବୈଠକରେ ପୂର୍ବ ବୈଠକର ଆଲୋଚ୍ୟ ବିଷୟର ସମୀକ୍ଷା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ବିକାଶ, ପଠନ ଦକ୍ଷତା ବୃଦ୍ଧି, ଶିକ୍ଷଣ ସୋପାନ ରେଜିଷ୍ଟରର ସଠିକ୍ ପରିଚାଳନା, ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଅନୁଯାୟୀ ଶୈକ୍ଷିକ ଯୋଜନା ପ୍ରସ୍ତୁତି ଓ ଏକାଡେମିକ୍ ପ୍ଲାନର୍ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହା ସହିତ ଗ୍ୟାଲେରୀ ୱାକ୍ ଓ ବିଦ୍ୟାଳୟ ପରିଦର୍ଶନ ମାଧ୍ୟମରେ ଶିକ୍ଷଣ-ଶିକ୍ଷାଦାନର ଉତ୍ତମ ଅଭ୍ୟାସଗୁଡ଼ିକୁ ପରସ୍ପର ମଧ୍ୟରେ ବିନିମୟ କରାଯାଇଥିଲା। ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ଗୋଷ୍ଠୀଭିତ୍ତିକ ଶୈକ୍ଷିକ ଆଲୋଚନା ଏବଂ ‘ମୁଁ କରି ଶିଖିବି’ ଭଳି କାର୍ଯ୍ୟଭିତ୍ତିକ ଶିକ୍ଷଣ ପଦ୍ଧତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ପର୍ଯ୍ୟବେକ୍ଷକ ଦ୍ୱୟ ଶିକ୍ଷକମାନଙ୍କୁ ନିଜ ନିଜ ବିଦ୍ୟାଳୟରେ ଶୈକ୍ଷିକ ଗୁଣାତ୍ମକତା ବୃଦ୍ଧି, ଶିକ୍ଷାର୍ଥୀଙ୍କ ଶିକ୍ଷଣ ଅଗ୍ରଗତିର ନିୟମିତ ମୂଲ୍ୟାୟନ ଏବଂ ନୂତନ ଶିକ୍ଷଣ କୌଶଳର ପ୍ରୟୋଗ ଉପରେ ଆବଶ୍ୟକ ପରାମର୍ଶ ଦେଇଥିଲେ।ଶିକ୍ଷକମାନଙ୍କ ମଧ୍ୟରେ ଅଭିଜ୍ଞତା ବିନିମୟ, ସହଯୋଗୀ ଶିକ୍ଷଣ ଓ ଶୈକ୍ଷିକ ଦକ୍ଷତାର ବିକାଶ ମାଧ୍ୟମରେ ବିଦ୍ୟାଳୟସ୍ତରରେ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ହଂସରାରେ ଅନୁଷ୍ଠିତ ହେଲା ୫ମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ; ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ
  • ରଣପୁରରେ ଐତିହାସିକ ରୁଷ ବିପ୍ଳବର ୧୧୦ ତମ ସ୍ମାରକି ପାଳିତ
  • ଜଙ୍ଗଲରେ ଯୁବକଙ୍କ ମୃତ ଦେହ ଠାବ, ହତ୍ୟା ଅଭିଯୋଗ
  • ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ – ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ ଓ ଜିଲ୍ଲାସ୍ତରୀୟ ଅଧିକାରୀ
  • ଆଜି ଗଞ୍ଜାମ ଯିବେ ନବୀନ, ବନ୍ୟାଞ୍ଚଳ ବୁଲି ଦେଖିବେ କ୍ଷୟକ୍ଷତିର ସ୍ଥିତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In