• About Us
  • Contact Us
Saturday, June 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେତନ ଅଗ୍ରୱାଲ ହତ୍ୟାକାଣ୍ଡ, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସାକ୍ଷାତ କଲେ କେତନଙ୍କ ବାପା

by Voice of Victims
June 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କେତନ ଅଗ୍ରୱାଲ ହତ୍ୟାକାଣ୍ଡ, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସାକ୍ଷାତ କଲେ କେତନଙ୍କ ବାପା

ପୁଣେ : ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ କେତନଙ୍କ ବାପା ବିଶାଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଦେଖା କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୋଷୀକୁ କଠୋର ଦଣ୍ଡ ମିଳିବା ବୋଲି ଭରସା ଦେଇ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି, ଲୋନାଭଲାର ଗ୍ରାମୀଣ ଅଞ୍ଚଳରେ କେତନ ଅଗ୍ରୱାଲଙ୍କ ଦୁଃଖଦ ହତ୍ୟା ମାମଲାରେ କେତନ ଅଗ୍ରଓ୍ବାଲଙ୍କ ବାପା ବିଶାଲ ଅଗ୍ରଓ୍ବାଲ ଆଜି ପୁଣେରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ଦେଖା କରି ନିଜ ପୁଅ ପାଇଁ ନ୍ୟାୟ ଦାବି କରିଛନ୍ତି । ଆମେ ଏଥିପାଇଁ ପ୍ରତିବଦ୍ଧ । ଏହି ମାମଲାରେ ଦୋଷୀକୁ ସବୁଠାରୁ କଡ଼ା ଦଣ୍ଡ ମିଳୁ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପରିବାରକୁ ନ୍ୟାୟ ଦେବାକୁ ମଧ୍ୟ ଭରସା ଦେଇଛନ୍ତି ।

ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ କରିବାକୁ ଦାବିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାନିଛନ୍ତି । ଏହାକୁ ନେଇ ଆଇନ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଓକିଲ ଉଜ୍ଜ୍ବଳ ନିକମ ଏହି ମାମଲାରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବେ କାମ କରିବାକୁ ସହମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କୁ ଜୁନ୍ ୧୮ ରେ ଲୋହାଗଡ ଦୁର୍ଗରୁ ଟ୍ରେକିଂ କରିବାକୁ ନେଇ ଠେଲିଦେଇଥିଲା ଭାବିପତ୍ନୀ ସିୟା । ପ୍ରଥମରୁ ଏହାକୁ ଅଘଟଣ ବୋଲି ସମସ୍ତେ ଭାବିଥିବା ବେଳେ, ପୋଲିସ ଯାଞ୍ଚରେ ଏହା ହତ୍ୟା ବୋଲି ଜଣାପଡିଥିଲା । ଭାବିପତ୍ନୀ ସିୟା କେତନଙ୍କୁ ପ୍ରେମିକ ଚେତନ ସହ ମିଶି ପାହାଡରୁ ଠେଲି ଦେଇଥିଲେ । ସିୟା ଏବଂ କେତନଙ୍କ ବିବାହ ନଭେମ୍ବର ୨୦୨୬ରେ ହୋଇଥାନ୍ତା । ଏଥିପାଇଁ ୧୭ କୋଟିର ପ୍ୟାଲେସ ବୁକ୍ ହୋଇଥିଲା । କିନ୍ତୁ ସିୟା ପ୍ରେମିକ ଚେତନ ସହ ମିଶି କେତନକୁ ପାହାଡରୁ ଠେଲି ଦେଇଥିଲା ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା-ଇରାନ ପୁଣି ମୁହାଁମୁହିଁ, ଶାନ୍ତି ଚୁକ୍ତି ପ୍ରଥମେ ଇରାନ ଉଲଂଘନ କରିଛି କହିଲେ ଟ୍ରମ୍ପ
  • ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୫.୫
  • ଜୁନ୍ ୨୮ କିମ୍ବା ୨୯ ରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ
  • ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In