• About Us
  • Contact Us
Sunday, June 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକା-ଇରାନ ପୁଣି ମୁହାଁମୁହିଁ, ଶାନ୍ତି ଚୁକ୍ତି ପ୍ରଥମେ ଇରାନ ଉଲଂଘନ କରିଛି କହିଲେ ଟ୍ରମ୍ପ

by Voice of Victims
June 27, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆମେରିକା-ଇରାନ ପୁଣି ମୁହାଁମୁହିଁ, ଶାନ୍ତି ଚୁକ୍ତି ପ୍ରଥମେ ଇରାନ ଉଲଂଘନ କରିଛି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ । ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଇରାନର ମିସାଇଲ୍ ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ହମଲା କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ସେନା ଇରାନର ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର୍ ପୋଷ୍ଟଗୁଡ଼ିକ ଉପରେ ଏୟାରଷ୍ଟ୍ରାଇକ କରିଛି । ‘ଏଭର୍ ଲଭ୍ ଲି’ ନାମକ ଏକ ସିଙ୍ଗାପୁର-ପତାକାଧାରୀ ମାଲବାହୀ ଜାହାଜ ଓମାନ ଉପକୂଳ ଦେଇ ହର୍ମୁଜ୍ ପ୍ରଣାଳୀରୁ ବାହାରୁଥିବା ସମୟରେ ଚାରୋଟି ଆତ୍ମଘାତୀ ଆଟାକ ଡ୍ରୋନ୍ ଦ୍ୱାରା ଏହାକୁ ଟାର୍ଗେଟ୍ କରାଯାଇଥିଲା । ତିନୋଟି ଡ୍ରୋନକୁ ଅଟକାଯାଇଥିଲା, କିନ୍ତୁ ଗୋଟିଏ ଜାହାଜର ଉପରିଭାଗରେ ମାଡ଼ ହୋଇଥିଲା । ଜାହାଜର ସାମାନ୍ୟ କ୍ଷତି ହୋଇଛି ।

ମେଆମେରିକା ବାୟୁସେନାର ଛଅଟି F-35 ଏବଂ F-16 ଯୁଦ୍ଧବିମାନ ୯୦ ମିନିଟର ଏକ ଅପରେସନ୍ ଚଲାଇ ଇରାନର ଚାରୋଟି ପ୍ରମୁଖ ସ୍ଥାନ ଉପରେ ଆକ୍ରମଣ କରିଥିଲେ । ଦକ୍ଷିଣ ଇରାନର ବନ୍ଦର ସହର ସିରିକ୍ ଏବଂ କେଶମ ଦ୍ୱୀପ ନିକଟରେ ଥିବା ସାମରିକ ଘାଟିକୁ ଏହି ଏୟାରଷ୍ଟ୍ରାଇକରେ ମୁଖ୍ୟତଃ ଟାର୍ଗେଟ୍ କରାଯାଇଥିଲା । ଆମେରିକାର ଏୟାରଷ୍ଟ୍ରାଇକ ପରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ତୁରନ୍ତ ପ୍ରତିଶୋଧମୂଳକ ଆକ୍ରମଣ ଘୋଷଣା କରିଛି । ଆମେରିକୀୟ ସେନା ମୁତୟନ ଥିବା ଆଞ୍ଚଳିକ ସାମରିକ ପ୍ରତିଷ୍ଠାନଗୁଡ଼ିକୁ IRGC ଟାର୍ଗେଟ୍ କରିଛି । ଆଉ ଚେତାବନୀ ଦେଇଛି, ଆମେରିକା ପୁଣି ଆକ୍ରମଣ କଲେ ଏହାର ବଡ଼ ଜବାବ ଦିଆଯିବ । ଅନ୍ୟପଟେ ଇରାନର ଆକ୍ରମଣକୁ ମୁର୍ଖାମୀ ବୋଲି କହିଛନ୍ତି ଟ୍ରମ୍ପ । ସାନି ଉତ୍ତେଜନା ପରେ ବିପଦରେ ଶାନ୍ତି ଚୁକ୍ତି ।

Post Views: 82
Share199Tweet125Send
Voice of Victims

Voice of Victims

Recent Posts

  • ପତଞ୍ଜଳି ପକ୍ଷରୁ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମୁହିକ ଯଜ୍ଞ
  • ଏସୀୟ କ୍ରୀଡ଼ାରେ ଖେଳିବେ ନୀରଜ
  • ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧
  • ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା
  • ୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In