• About Us
  • Contact Us
Monday, June 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

by Voice of Victims
June 29, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି ।  ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ ହର୍ମିନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ’ ପ୍ରଦାନ କରିଛନ୍ତି ।  ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ।

ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ” ହେଉଛି ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱମାନଙ୍କ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ । ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ପରିଚାଳନା ଏବଂ ‘ବ୍ଲୁ ଇକୋନୋମି’ ର ପ୍ରୋତ୍ସାହନ ପାଇଁ ଏହି ସମ୍ମାନ ଦିଆଯାଇଛି ।  ଭାରତ ଏବଂ ସେସେଲ୍ସ ମଧ୍ୟରେ କୂଟନୀତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ ସମ୍ମାନୀତ କରିଛି ସେସେଲ୍ସ । ଉଭୟ ନେତା ‘ଏକ ପେଡ୍ ମାଁ କେ ନାମ’ ଅଭିଯାନ ଅଧୀନରେ ଏକ ‘କୋକୋ ଡି ମେର’ ଚାରା ରୋପଣ କରିଛନ୍ତି ।

ଏହି ସମ୍ମାନକୁ ମିଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିବେଶ ଏବଂ ସ୍ଥାୟୀ ବିକାଶ ପାଇଁ ଚତୁର୍ଥ ଆନ୍ତର୍ଜାତୀୟ ପୁରସ୍କାର ମିଳିଛି ।  ୩ ଦିନିଆ ଗସ୍ତ ଅବସରରେ ସେସେଲ୍ସର ସଂସଦକୁ ମଧ୍ୟସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେସେଲ୍ସ-ଭାରତର ୫୦ ବର୍ଷର ଭାଗିଦାରୀକୁ ମନେ ପକାଇବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଛନ୍ତି ପିଏମ ମୋଦୀ । ସେସଲ୍ସର ସ୍ୱାଧୀନତାର ଆରମ୍ଭରେ ଭାରତୀୟ ନୌସେନା ଜାହାଜ, ଆଇଏନଏସ ନୀଳଗିରି, ପୋର୍ଟ ଭିକ୍ଟୋରିଆରେ ଉପସ୍ଥିତ ଥିଲା।

ଏବେ ସୁବର୍ଣ୍ଣଜୟନ୍ତୀରେ ଆଇଏନଏସ ତରକାଶ ଓ ଆଇଏନଏସ ଇକ୍ଷକ ପୋର୍ଟ ଭିକ୍ଟୋରିଆରେ ମୁତୟନ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାମୁଦ୍ରିକ ସୁରକ୍ଷା, ସାମର୍ଥ୍ୟ ବୃଦ୍ଧି, ହାଇଡ୍ରୋଗ୍ରାଫି ଏବଂ ସାମୁଦ୍ରିକ କ୍ଷେତ୍ର ସଚେତନତା କ୍ଷେତ୍ରରେ ସହଯୋଗ ଦୁହି ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ଶେଖ ହସିନା ଫେରିବେ ବାଂଲାଦେଶ! ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଲେ ମନର କଥା
  • ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି
  • ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ
  • ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
  • ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In