• About Us
  • Contact Us
Tuesday, June 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବର୍ଷାରେ ଭିଜୁଛି ପୁରା ଓଡ଼ିଶା, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

by Voice of Victims
June 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର : ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଦୀର୍ଘ ଦିନର ଗୁଳୁଗୁଳି ଓ ଗରମରୁ ଲୋକଙ୍କୁ ତ୍ରାହି ମିଳିଥିବା ବେଳେ, ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଘଡ଼ଘଡ଼ି ଓ ପ୍ରବଳ ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଥିବା ବେଳେ ଅନ୍ୟ ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ ସତର୍କ ସୂଚନା ଜାରି ହୋଇଛି ।

ଗତକାଲି ରାତିରୁ ହିଁ ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ଆଦ୍ରତା ଅନୁଭୂତ ହେଉଥିଲା । ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଛି । ଫଳରେ ଅଫିସ୍ ଓ ସ୍କୁଲ ଯାଉଥିବା ଲୋକମାନେ ଟ୍ରାଫିକ୍ ଜାମର ସମ୍ମୁଖୀନ ହୋଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର, ପୁରୀ, ପାରାଦୀପ ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ଜିଲ୍ଲାରେ ମୌସୁମୀ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ଅଳ୍ପ ସମୟ ମଧ୍ୟରେ ୨୦ ରୁ ୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବା ସୂଚନା ମିଳିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁଁ ପ୍ରଚୁର ପରିମାଣର ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ ବର୍ଷା ଲାଗିରହିବ । ଅନେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି । ୧ ରୁ ୪ ଜୁଲାଇ ଯାଏଁ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଏହି ସମୟରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିବ। ୫ ଜୁଲାଇ ପରଠାରୁ ବର୍ଷାର ପ୍ରକୋପ ସାମାନ୍ୟ କମିପାରେ, କିନ୍ତୁ ପ୍ରବଳ ବର୍ଷା ଜାରି ରହିବ । ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। OSDMA ଏବଂ ଜିଲ୍ଲା ପ୍ରଶାସନ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Post Views: 81
Share198Tweet124Send
Voice of Victims

Voice of Victims

Recent Posts

  • ବର୍ଷାରେ ଭିଜୁଛି ପୁରା ଓଡ଼ିଶା, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ବନ୍ଦ ହେବ ୧୦, ୨୦, ୫୦, ୧୦୦ ଟଙ୍କିଆ ନୋଟ୍!
  • ରାମ ମନ୍ଦିର ପାଣ୍ଠି ମାମଲା: ଅଭିଯୁକ୍ତଙ୍କ ପକ୍ଷ ଲଢ଼ିଲେ ୫ ଲକ୍ଷ ଜରିମାନା
  • ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
  • ​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In