• About Us
  • Contact Us
Saturday, July 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ

by Voice of Victims
July 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ

ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ OMSA ଏହି ନିଷ୍ପତ୍ତି ନେଇଛି । ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ କମିଟି’ ଗଠନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଓପିଡି, ଆଇପିଡି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବାକୁ ଯାଉଛି ।

ଯାହା ଓଡ଼ିଶାର ଲକ୍ଷ ଲକ୍ଷ ରୋଗୀ ଓ ପରିବାର ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି । ସରକାରଙ୍କ ଦ୍ୱାରା ଗଠିତ ଏହି ଉଚ୍ଚସ୍ତରୀୟ ସଚିବ କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଓମ୍ସାର ପ୍ରମୁଖ ଦାବିଗୁଡ଼ିକୁ ଯାଞ୍ଚ କରି ସମାଧାନର ପନ୍ଥା ବାହାର କରିବ । ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ ଯୋଜନାର ଲାଗୁ । ଚାକିରି କ୍ଷେତ୍ରରେ ସଂସ୍କାର ଏବଂ କ୍ୟାଡରର ପୁନର୍ଗଠନ । ଡାକ୍ତରମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ସଠିକ୍ ବଦଳି ପ୍ରକ୍ରିୟା ପ୍ରଣୟନ । ସମୟାନୁବର୍ତ୍ତୀ ପ୍ରମୋଶନ ବ୍ୟବସ୍ଥା । ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀଗୁଡ଼ିକରେ ତୁରନ୍ତ ନିଯୁକ୍ତି। ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା । ଆସୋସିଏସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ ସରକାରଙ୍କ ଏହି କମିଟି ପ୍ରକ୍ରିୟା ଉପରେ ଭରସା ରଖି ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ।

Post Views: 21
Share197Tweet123Send
Voice of Victims

Voice of Victims

Recent Posts

  • ନରସିଂହପୁର କ୍ଲଷ୍ଟରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ
  • ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ଡାକ୍ତର ଏବଂ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ସମ୍ମାନିତ
  • ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ
  • ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ: ଆରଏସ୍‌ଏସ୍‌
  • ‘ଟେଲିଗ୍ରାମ’କୁ ବଡ଼ ଝଟକା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In