• About Us
  • Contact Us
Sunday, July 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

by Voice of Victims
July 5, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଗତ କିଛି ଦିନ ଧରି ଖବରରେ ରହିଛି । ପ୍ରଥମେ ୟୁଜରନେମ୍ ଫିଚର୍ସ ଯୋଗୁଁ ହ୍ବାଟସଆପକୁ ସରକାରଙ୍କ ପକ୍ଷରୁ ନୋଟିସ୍ ମିଳିଲା । ଏବେ କିନ୍ତୁ ସରକାର ଇନଷ୍ଟାଗ୍ରାମ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାନୁଯାୟୀ, ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମେଟାକୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶିଶୁ-ସମ୍ବନ୍ଧୀୟ ଆପତ୍ତିଜନକ କିଛି ବିଜ୍ଞାପନ ସେୟାର କରାଯାଇଛି । ଯେଉଁଥିପାଇଁ ସରକାର ମେଟା ଅଧିକାରୀଙ୍କୁ ସମନ ଜାରି କରିବା ସହ ୭ ଦିନ ମଧ୍ୟରେ ଏକ ବିସ୍ତୃତ ସ୍ପଷ୍ଟୀକରଣ ସରକାର ମେଟାକୁ ମାଗିଛନ୍ତି ।

ଏଥିସହିତ କମ୍ପାନୀ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ମେଟାକୁ  ପ୍ରଶ୍ନ କରିବ। କେନ୍ଦ୍ର ସରକାର ମେଟାକୁ ଏକ ନୋଟିସ୍ ଜାରି କରି ଶିଶୁ ସମ୍ବନ୍ଧୀୟ ଆପତ୍ତିଜନକ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ଇନଷ୍ଟାଗ୍ରାମ ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି I ଏହି ସପ୍ତାହରେ ଦ୍ଵିତୀୟ ଥର ପାଇଁ କେନ୍ଦ୍ର ସରକାର ମେଟା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବିବିସିର ଏକ ତଦନ୍ତରୁ ଜଣାପଡିଛି ଯେ, ଇନଷ୍ଟାଗ୍ରାମ ଭାରତରେ ଶିଶୁ ସମ୍ବନ୍ଧୀୟ ଆପତ୍ତିଜନକ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଉଥିବା କିଛି ପେଡ୍ ବିଜ୍ଞାପନ ପ୍ରଦର୍ଶନ କରୁଥିଲା । ଏହି ବିଜ୍ଞାପନ ୟୁଜର୍ସଙ୍କ ଟେଲିଗ୍ରାମ ଚ୍ୟାନେଲକୁ ପଠାଯାଉଥିଲା । ଯେଉଁଠାରେ ମାତ୍ର ୯୯ ଟଙ୍କାରେ ଏପରି ବେଆଇନ କଣ୍ଟେଣ୍ଟ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି । ରିପୋର୍ଟ ଅନୁସାରେ, ବିଜ୍ଞାପନଗୁଡ଼ିକରେ ଦୁଷ୍କର୍ମ ଭିଡିଓ ଏବଂ ଚାଇଲ୍ଡ ଭିଡିଓ ଭଳି ଶବ୍ଦ ବ୍ୟବହାର କରାଯାଇଥିଲା । ଯଦିଓ ଇନଷ୍ଟାଗ୍ରାମ୍‌ରେ ବିଜ୍ଞାପନ ମେଟାର ମଡରେଟର ସିଷ୍ଟମରୁ ମଞ୍ଜୁର କରିଥାଏ କିନ୍ତୁ କମ୍ୟୁନିଟି ଗାଇଡଲାଇନ୍ସର ଉଲ୍ଲଂଘନ କରିନାହିଁ ବୋଲି ବିବିସିର ଏହି ରିପୋର୍ଟ ପରେ ପ୍ଳାଟଫର୍ମ କହିଥିଲା ।

ବିବିସି ଭାରତରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କ୍ରିଏଟ୍ କରିଥିଲା । କେବଳ କିଛି ଦିନ ମଧ୍ୟରେ ସେହି ଆକାଉଣ୍ଟରେ ଯୌନ ସମ୍ବନ୍ଧୀୟ କଣ୍ଟେଣ୍ଟ ଦେଖାଇବା ଆରମ୍ଭ କରିଥିଲା । ପରେ ଏପରି କିଛି ବିଜ୍ଞାପନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଶିଶୁମାନଙ୍କୁ ଆପତ୍ତିଜନକ ସମ୍ବନ୍ଧୀୟ ପରିସ୍ଥିତିରେ ଦେଖାଯାଇଥିଲା । ଯାହା ସେଗୁଡ଼ିକ ଟେଲିଗ୍ରାମ ଚ୍ୟାନେଲ ସହ ଜଡିତ ଥିଲା । ମେଟା ବିବିସିକୁ କହିଛି ଯେ, କୌଣସି ସିଷ୍ଟମ୍ ପରଫେକ୍ଟ ନୁହେଁ ଏବଂ ସେମାନଙ୍କର କିଛି ରିଭ୍ୟୁ ପ୍ରୋସେସରେ କିଛି ପଲିସି ଉଲ୍ଲଂଖନ ଛାଡ ପାଇ ଥାଇ ପାରେ, ତଥାପି ନିୟମ ଭାଙ୍ଗୁଥିବା ବିଜ୍ଞାପନର ଲାଇଭ ହେବା ପରେ ତାକୁ ସକ୍ରିୟ ରୂପରେ ଚିହ୍ନଟ କରି ହଟାଇ ଦିଆଯାଇଥାଏ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁର ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ
  • ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
  • ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର, ଜୁଲାଇ ୩୦ରେ ଭୋଟିଂ
  • ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In