• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

by Voice of Victims
July 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

ଭୁବନେଶ୍ୱର: ଆଉ ଜଣେ ହେଭିଓ୍ୱେଟ୍‌ ନେତା ବିଜେପିରେ ମିଶିପାରନ୍ତି । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜେପିରେ ସାମିଲ ହେବା ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ।

ଆସନ୍ତା ୧୨ ତାରିଖ ରବିବାର ପ୍ରଭାତ ପଦ୍ମ ଧରିବେ ବୋଲି ଆପାତତଃ ସ୍ଥିର ହୋଇଛି। ଭୁବନେଶ୍ଵର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ। ଏହି ମିଶ୍ରଣ ପର୍ବରେ ପ୍ରଭାତଙ୍କ ବହୁ ସମର୍ଥକ, ଅନୁଗତ କର୍ମୀ ମଧ୍ୟ ସାମିଲ୍ ହେବେ।

ପ୍ରଭାତଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସମେତ ଦଳର ବହୁ ତୁଙ୍ଗନେତା ଉପସ୍ଥିତ ରହିବେ।

ପ୍ରଭାତଙ୍କ ସହ ଉଭୟ ଚୌଦ୍ଵାର ପୌରପାଳିକା ଓ କଟକ ମହାନଗର ନିଗମର କେଉଁ କାଉନ୍‌ସିଲର୍‌ ଓ କର୍ପୋରେଟର୍‌ ବିଜେପିରେ ମିଶୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି। କାରଣ ଦୁଇ ପୌରସଂସ୍ଥାରେ ପ୍ରଭାତଙ୍କ ଅନେକ ସମର୍ଥକ, ଅନୁଗତ ରହିଛନ୍ତି। ପୂର୍ବରୁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ରାଜ୍ୟସଭା ନିର୍ବାଚନ ବେଳେ ପ୍ରଭାତ ବିଶ୍ୱାଳଙ୍କୁ ଦଳବିରୋଧି କାମ ପାଇଁ ବିଜେଡିରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହାପରଠାରୁ ସେ ବିଜେପିକୁ ଯିବା ନେଇ ଲାଗିରହିଥିଲା ଚର୍ଚ୍ଚା । ସେହିପରି ଗତ ନିର୍ବାଚନ ପରଠାରୁ ପ୍ରଭାତ ଏବଂ ବିଜେଡି ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In