• About Us
  • Contact Us
Sunday, March 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ତିନି ରାଜ୍ୟର ୧୫ ଜଣ ସମୂହ ବ୍ରହ୍ମଚାରୀ ହେଲେ

by Voice of Victims
February 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ତିନି ରାଜ୍ୟର ୧୫ ଜଣ ସମୂହ ବ୍ରହ୍ମଚାରୀ ହେଲେ

ପୁରୀ (ଭିଓଭି): ଆଜି ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନିଃଶୁଳ୍କ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ପୁରୀ ଲୋକନାଥ ମନ୍ଦିର ନିକଟ ଥାନପତି ଆଶ୍ରମ ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ଙ୍କ ମାର୍ଗଦର୍ଶନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବ୍ରତୋପନୟନ ରେ ପଶ୍ଚିମ ବଙ୍ଗଳା, ରାଜସ୍ଥାନ ଏବଂ ଓଡ଼ିଶା ରାଜ୍ୟର ୧୫ ଜଣ ବ୍ରାହ୍ମଣ ବାଳକ ପରମ୍ପରା ଓ ରୀତିନୀତି ଅନୁସାରେ ବ୍ରହ୍ମଚାରୀ ହୋଇଥିଲେ । ସମସ୍ତ ବ୍ରାହ୍ମଣ ବାଳକଙ୍କୁ ବ୍ରତୋପନୟନ ପାଇଁ ଆବଶ୍ୟକୀୟ ଉପକରଣ ଏବଂ ପରିଜନଙ୍କ ରହିବା ଖାଇବା ଆଦି ସମସ୍ତ ଖର୍ଚ୍ଚ ସଂସ୍ଥା ତରଫରୁ ବହନ କରା ଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା କଟକୀ ମଠର ମହନ୍ତ ଡ. ବିଜୟ ନାରାୟଣ ରାମାନୁଜ ଦାସ, ଜୀୟର ସ୍ୱାମୀ ମଠର ସନ୍ଥ ସୁଦର୍ଶନ ରାମାନୁଜ ଦାସଜୀ ମହାରାଜ ପ୍ରତ୍ୟେକ୍ଷ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଦେଶର ବିଭିନ୍ନା ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୁଏ ବୋଲି ସଂଯୋଜକ ପ୍ରକାଶ କରିଛନ୍ତି ।

Post Views: 30
Share200Tweet125Send
Voice of Victims

Voice of Victims

Recent Posts

  • ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ ଭୋଟ ଗଣତି
  • ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରିକଲା ନିର୍ଦ୍ଦେଶନାମା
  • ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ
  • ଆତ୍ମସମର୍ପଣ କଲେ ୧୧ ମାଓବାଦୀ, ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା
  • ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In