କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ସହରର ବିଭିନ୍ନ ଯୋଗ କେନ୍ଦ୍ରରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନାଙ୍କ ସଭାପତିତ୍ବରେ ମହାନଦୀ ବିହାର ଯୋଗ କେନ୍ଦ୍ର ଠାରେ ଭାଗବତ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ନିତାଇ ବଳ, ପୂର୍ଣ୍ଣଚନ୍ଦ୍ର ବେହେରା, ମାନସ ଦାସ, ଗୋପିନାଥ ସାହୁ, ବିଭୂତି ପ୍ରଧାନ, ସୁଶିମ ଶା, ଶ୍ରୀମନ୍ତ ପଟ୍ଟନାୟକ, ଉପେନ୍ଦ୍ର ଜେନା, ବାସନ୍ତୀ ଦାସ, ଗୀତାଞ୍ଜଳି ସାହୁ, ରଶ୍ମିତା ଦଳାଇ, ଦୀପ୍ତି ସ୍ବାଇଁ, ଅଳକା ନାୟକ, ଝୁନାରାଣୀ ବେହେରା, ଲୋପାମୁଦ୍ରା ପ୍ରିୟଦର୍ଶିନୀ, ନର୍ମଦା ଜେନା, ଦେବଯାନୀ ପ୍ରଧାନ, ପୁଷ୍ପିତା ମିଶ୍ର, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, ସବିତା ଦାସ, ସ୍ମୃତିସ୍ନିଗ୍ଧା ମହାପାତ୍ର, ଅନାମିକା ହୋତା ଓ ବିଦ୍ୟୁତଲତା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଜଗନ୍ନାଥ ଅଷ୍ଟକମ୍ ଓ ଭାଗବତ ପାଠ ସହିତ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।
