• About Us
  • Contact Us
Saturday, September 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ତଦନ୍ତକାରି ଅଧିକାରୀଙ୍କ ଚଞ୍ଚକତା ଅଭିଯୋଗ

by Voice of Victims
July 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ତଦନ୍ତକାରି ଅଧିକାରୀଙ୍କ ଚଞ୍ଚକତା ଅଭିଯୋଗ

ଓଡ଼ଗାଁ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଚଞ୍ଚକତା ହୋଇଥିବା ନେଇ ଶତାଧିକ ହିତାଧିକାରୀ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଛନ୍ତି | ରଙ୍ଗଣୀପାଟଣା, ପନ୍ତିଖାରୀ,କୁରାଳ, ସୁନାମୁହିଁ, ଗିରିଡିପଲ୍ଲୀ,କୋରପିଠା, ଗୌଡପୁଟ, ଭାଡ଼ିକିଳା,ବାଣ୍ଠପୁର ଏବଂ ଶିଖରପୁର ୧୦ ପଞ୍ଚାୟତର ଶତାଧିକ ଆବେଦନକାରୀଙ୍କ ସହିତ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ଏବଂ ଅନ୍ୟ ସରପଞ୍ଚ ବୁଧବାର ଏନେଇ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣାଙ୍କୁ ତାଙ୍କ ବ୍ଳକ କାର୍ଯ୍ୟାଳୟରେ ଭେଟି ପ୍ରଥମ ଦଫା ହିତାଧିକାରୀ ଚୟନ ଠିକ୍ ହୋଇନାହିଁ ବୋଲି ଲିଖିତ ଅଭିଯୋଗ କରିଛନ୍ତି ।

ପୁଣି ଥରେ ନିରପେକ୍ଷ ସର୍ବେକ୍ଷଣ ପାଇଁ ଦାବୀ କରିଥିବା ବେଳେ ତଦନ୍ତକାରୀ ଅଧିକାରୀମାନେ ଫିଲଡ଼କୁ ନଯାଇ ଘରେ ବସି ସର୍ବେକ୍ଷଣ କରିଥିବା ନିର୍ବାଚିତ ପ୍ରତିନିଧି ଅଭିଯୋଗ କରିଛନ୍ତି | ତେବେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ, ଅଯୋଗ୍ୟ ହିତାଧିକାରୀଙ୍କୁ ଆଦୌ ଆବାସ ଯୋଜନାର ସୁଫଳ ମିଳିବ ନାହିଁ ବୋଲି ବିଡିଓ ସୁଶ୍ରୀ ରଣା ଅଭିଯୋଗକାରୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ସହିତ କୌଣସି ଆବେଦନକାରୀ କାହାରିକୁ ହେଲେ ଟଙ୍କାଟିଏ ଉତକୋଚ ନଦେବାକୁ ପରାମର୍ଶ ଦେଇଛନ୍ତି | ସୂଚନା ଅନୁସାରେ ଜୁନ୍ ମାସ ୨୫ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଓଡ଼ଗାଁ ବିଡିଓ ସର୍ବେକ୍ଷଣ ନିମନ୍ତେ ବିଭିନ୍ନ ସର୍ବେକ୍ଷଣ ଦଳ ଗଠନ କରିବା ସହିତ ସର୍ବେକ୍ଷଣ ଚିଠା ପ୍ରତି ପଞ୍ଚାୟତରେ ମଙ୍ଗଳବାର ଅନୁଷ୍ଠିତ ଗ୍ରାମ ସଭାରେ ପ୍ରଥମ ପ୍ରକାଶିତ ହୋଇଥିଲା | ହେଲେ ତାଲିକାରୁ ବାଦ୍ ପଡ଼ିଥିବା ଅଯୋଗ୍ୟ ହିତାଧୀକାରୀଙ୍କ ନାମ ଘୋଷଣା ପରେ ବାଦ ପଡ଼ିଥିବା ହିତାଧିକାରୀ ମାନେ ଏଥିରେ ଚଞ୍ଚକତା ହୋଇଥିବା ଗନ୍ଧ ବାରିବା ସହିତ ବିଡିଓଙ୍କୁ ଭେଟି ସର୍ବେକ୍ଷଣର ନିରପେକ୍ଷ ହୋଇନାହିଁ ବୋଲି ଅଭିଯୋଗ କରିଥିଲେ | ଏବଂ ପୁନଃ ସର୍ବେକ୍ଷଣ ପାଇଁ ଦାବି କରିଥିଲେ।

ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ଆପ ମାଧ୍ୟମରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ୨୪୭ ଜଣଙ୍କ ନାମ ଓ ଫଟୋ ଅପଲୋଡ଼ କରାଯାଇଥିବା ବେଳେ ସେଥିରୁ ୨୨୭ ଜଣଙ୍କ ନାମ ୨୫ ତାରିଖରେ ପ୍ରକାଶ ପାଇଥିଲା। ଫଳରେ ମୂଳ ଆବେଦନକାରୀଙ୍କ ମଧ୍ୟରୁ ୨୦ ଜଣ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ବେଳେ ପୁଣି ସାନି ସର୍ବେକ୍ଷଣରେ ୨୨୭ ରୁ ୧୩୩ ଜଣ ବାଦ୍ ପଡିଲେ। ଅଭିଯୋଗ ଅନୁସାରେ ଯେଉଁ ୯୪ ଜଣ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ସେମାନଙ୍କ ମଧ୍ୟରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଥିବା ଅଭିଯୋଗ କରିଛନ୍ତି। ଏପରିକି ବାଦ ଦିଆଯାଇଥିବାଙ୍କ ମଧ୍ୟରେ କେତେକ ଯୋଗ୍ୟ ହିତାଧିକାରୀ ମଧ୍ୟ ରହିଛନ୍ତି। ତେଣୁ ସର୍ବେକ୍ଷଣକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଅଭିଯୋଗକାରିଣୀ ମାନେ ବିଡିଓଙ୍କ ଅଫିସରେ ଏକାଠି ହୋଇ ଅଭିଯୋଗ କରିଥିଲେ। ପୁଣିଥରେ ସର୍ବେକ୍ଷଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | ହେଲେ ସର୍ବେକ୍ଷଣରେ ପାତର ଅନ୍ତର କରିଥିବା କର୍ମଚାରୀ ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ରଚନା କରିଥିବା ସ୍ପଷ୍ଟ ବାରି ହୋଇପଡୁଥିବା ଜଣେ ପ୍ରତିନିଧି କହିଛନ୍ତି |

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • ଭି. ଏସ. ଏସ ନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ
  • “ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ
  • ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
  • ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା
  • ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ୪୧ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In