• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା

by Voice of Victims
September 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା

ଭୁବନେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର, ବିଶିଷ୍ଟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଥିବା ଏହି ସୁରକ୍ଷା ପଦକ୍ଷେପ, ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଯୋଗାଇଦେଉଛି ।

ସାଧାରଣତଃ ଅଧିକାଂଶ ସୁରକ୍ଷା ଫିଚର ପାଇଁ ବ୍ୟବହାରକାରୀଙ୍କୁ SOS ବଟନ୍ ଖୋଜିବାକୁ ପଡ଼ିଥାଏ, ଫୋନ୍ ଅନଲକ୍ କରି ବିଭିନ୍ନ ସ୍କ୍ରିନ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ । କିନ୍ତୁ ଓଡ଼ିଶା ଯାତ୍ରୀ ଏକ ଭିନ୍ନ ଓ ସହଜ ପଦ୍ଧତି ଆପଣେଇଛି । ଶେକ୍ ଆଣ୍ଡ୍ ଆଲର୍ଟ (Shake & Alert) ସୁବିଧା ମାଧ୍ୟମରେ, ବ୍ୟବହାରକାରୀମାନେ କେବଳ ସେମାନଙ୍କ ଫୋନ୍କୁ ହଲେଇ (shake) ଜରୁରୀକାଳୀନ ଆଲର୍ଟ ପଠାଇପାରିବେ । ଯାହାଦ୍ୱାରା ଭୟଭୀତ ଥିବା ସମୟରେ କିମ୍ବା ଆପ୍କୁ ବ୍ୟବହାର କରିବାରେ ଅସମର୍ଥ ହେଲେ ମଧ୍ୟ ସେମାନେ ତୁରନ୍ତ ସହାୟତା ପାଇପାରିବେ ।

ଏହି ଆପରେ ୱାନ୍-କ୍ଲିକ୍ SOS ସୁବିଧା ମଧ୍ୟ ରହିଛି, ଯାହା ମାଧ୍ୟମରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ କଲ୍ କରିପାରିବେ ଏବଂ ସେମାନଙ୍କର ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା ଦେଇପାରିବେ । ବ୍ୟବହାରକାରୀମାନେ ସେମାନଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ସେୟାର କରିପାରିବେ, ଯାହା ଦ୍ୱାରା ସେମାନଙ୍କ ଯାତ୍ରାର ସମୟାନୁବର୍ତ୍ତୀ ମନିଟରିଂ କରାଯାଇପାରିବ ।
ଏହି ସୁରକ୍ଷା ମୋଡ୍ୟୁଲଟି କେବଳ ଯାତ୍ରୀଙ୍କ ପାଇଁ ନୁହେଁ, ବରଂ ଚାଳକ ଡ୍ରାଇଭର ମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି । କାରଣ ଗାଡ଼ି ଭିତରେ କିଛି ଅସୁବିଧା ହେଲେ, ସମସ୍ତଙ୍କ ପାଇଁ ଏପରି ଏକ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ୍ ଯାହା ପ୍ରକୃତ ବିପଦ ସମୟରେ କାର୍ଯ୍ୟକାରୀ ହୋଇପାରିବ ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ଭି. ଏସ. ଏସ ନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ
  • “ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ
  • ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
  • ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା
  • ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ୪୧ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In