• About Us
  • Contact Us
Friday, July 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା, କାଳିଆ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ

by Voice of Victims
July 17, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା, କାଳିଆ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ

ପୁରୀ : ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି । ସକାଳୁ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ଭକ୍ତି ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଥିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ସେବାୟତମାନେ ଏହି ନୀତି ସମ୍ପାଦନ କରିଥିଲେ । ଏହାପରେ ମହାପ୍ରଭୁଙ୍କ ଆଗାମୀ ନୀତିକାନ୍ତି ଅନୁଯାୟୀ ରଥଟଣା ଆରମ୍ଭ ହୋଇଛି ।

ଗତକାଲି ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଅଟକି ରହିଥିଲା । ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚକୋଟ ଛକ ନିକଟରେ ଅଟକିଥିବା ବେଳେ ମହାବାହୁଙ୍କ ନନ୍ଦିଘୋଷ ରଥ ଅଳ୍ପ କିଛି ବାଟ ଅର୍ଥାତ ମାତ୍ର ହାତେ ରାସ୍ତା ଗଢ଼ି ବଡ଼ଦାଣ୍ଡରେ ଅଟକି ରହିଥିଲା । ଆଜି ପୁଣିଥରେ ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ତିନି ରଥ ।

ପ୍ରତିକୂଳ ପାଗ ସତ୍ତ୍ୱେ ରଥଯାତ୍ରାର ନୀତିକାନ୍ତିରେ କୌଣସି ବଡ଼ ବିଳମ୍ବ ହୋଇନାହିଁ ଏବଂ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଛି । ଏ ବର୍ଷ ରଥଯାତ୍ରାରେ ପ୍ରାୟ ୧୨ ଲକ୍ଷ ଭକ୍ତ ତିନି ରଥ ଟାଣିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଥିଲେ । ଶନିବାର ମହାପ୍ରଭୁ ଶ୍ରୀଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ
  • ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା, କାଳିଆ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ
  • ଭୁବନେଶ୍ବରର ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ
  • ରଥଯାତ୍ରାରେ ଅଘଟଣ : ୩ ଶ୍ରଦ୍ଧାଳୁ ମୃତ
  • ବିନା ଟାହିଆ ରେ ବଡଦାଣ୍ଡ କୁ ପହଣ୍ଡି ବିଜେକଲେ କାଳିଆ ସାଆନ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In