ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଯାଚିକାରେ ଅନ୍ତରୀମ ଜାମିନ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଥିବା ସୋନମଙ୍କୁ ପ୍ରାଇଭେଟ ହସପିଟାଲକୁ ସିଫ୍ଟ କରିବା ଆବେଦନକୁ ଖାରଜ କରିଛନ୍ତି । ଗତ ୩ ସପ୍ତାହ ଧରି ଆମରଣ ଅନଶନ କରୁଥିବା ସୋନମ ଏବେ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ତାଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଡରେ ଯାଚିକା ଦାୟର କରିଥିଲେ ।
ଯାଚିକାରେ ୱାଙ୍ଗଚୁକଙ୍କ ପତ୍ନୀ ଦାବି କରିଥିଲେ କି, ସୋନମଙ୍କୁ କୌଣସି ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଉ । କୋର୍ଟ ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବ୍ବଲ ୱାଙ୍ଗଚୁକଙ୍କ ପତ୍ନୀଙ୍କ ପକ୍ଷ ରଖିଥିଲେ । ସେ କହିଥିଲେ କି, ସୋନମଙ୍କ ଅଧିକାର ଅଛି, ସେ କୌଣସି ଡାକ୍ତର ଏବଂ କୌଣସି ହସପିଟାଲରେ ରହିବାକୁ ଚାହାନ୍ତି, ସେ ନିଷ୍ପତ୍ତି ନେଇପାରିବେ ।
ଏହାକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦଲିଲରେ କହିଛନ୍ତି, ସୋନମଙ୍କୁ ସମସ୍ତ ପ୍ରକାରର ସୁବିଧା ସଫଦରଜଙ୍ଗ ହସପିଟାଲରେ କରାଯାଇଛି । ଏଠାରେ ରାଷ୍ଟ୍ରପତିଙ୍କର ଚିକିତ୍ସା ମଧ୍ୟ ହେଉଛି । ତେଣୁ ପ୍ରାଇଭେଟ ହସପିଟାଲକୁ ସ୍ଥାନାନ୍ତର କରିବାର ଦାବି କିଛି ଯଥାର୍ଥ ନୁହେଁ ।
ତେବେ ଶନିବାର ରାତିରେ ସଫଦରଜଙ୍ଗ ହସପିଟାଲ ପକ୍ଷରୁ ସୋନମଙ୍କ ହେଲଥ ବୁଲେଟିନ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି କି, ସୋନମ ୱାଙ୍ଗଚୁକ ହୋସରେ ରହିଛନ୍ତି । ତାଙ୍କ ରକ୍ତଚାପ, ଅକ୍ସିଜେନ ସ୍ତର ସାମାନ୍ୟ ରହିଛି । ଦୀର୍ଘଦିନରୁ ଆମରଣ ଅନଶନରେ ବସିଥିବା ଯୋଗୁଁ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଛି । ତାଙ୍କୁ ତୁରନ୍ତ ତରଳ ପଦାର୍ଥ ଏବଂ ଇଲେଷ୍ଟ୍ରୋଲାଇଟ୍ ଦିଆଯିବା ଜରୁରୀ । ଗତ ୨୮ ଜୁନରୁ ଅନିଶ୍ଚିତକାଳୀନ ଆମରଣ ଅନଶନରେ ବସିଥିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଛି । ତେଣୁ ପୋଲିସ ତାଙ୍କୁ ଏଠାରେ ଭର୍ତ୍ତି କରିଛି ।
