• About Us
  • Contact Us
Tuesday, July 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସରକାରୀ ହସପିଟାଲରେ ରହିବେ ସୋନମ ୱାଙ୍ଗଚୁକ୍, ଦିଲ୍ଲୀ ହାଇକୋର୍ଟ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନକୁ କଲେ ଖାରଜ

by Voice of Victims
July 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସରକାରୀ ହସପିଟାଲରେ ରହିବେ ସୋନମ ୱାଙ୍ଗଚୁକ୍, ଦିଲ୍ଲୀ ହାଇକୋର୍ଟ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନକୁ କଲେ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଯାଚିକାରେ ଅନ୍ତରୀମ ଜାମିନ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଥିବା ସୋନମଙ୍କୁ ପ୍ରାଇଭେଟ ହସପିଟାଲକୁ ସିଫ୍ଟ କରିବା ଆବେଦନକୁ ଖାରଜ କରିଛନ୍ତି । ଗତ ୩ ସପ୍ତାହ ଧରି ଆମରଣ ଅନଶନ କରୁଥିବା ସୋନମ ଏବେ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ତାଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଡରେ ଯାଚିକା ଦାୟର କରିଥିଲେ ।

ଯାଚିକାରେ ୱାଙ୍ଗଚୁକଙ୍କ ପତ୍ନୀ ଦାବି କରିଥିଲେ କି, ସୋନମଙ୍କୁ କୌଣସି ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଉ । କୋର୍ଟ ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବ୍ବଲ ୱାଙ୍ଗଚୁକଙ୍କ ପତ୍ନୀଙ୍କ ପକ୍ଷ ରଖିଥିଲେ । ସେ କହିଥିଲେ କି, ସୋନମଙ୍କ ଅଧିକାର ଅଛି, ସେ କୌଣସି ଡାକ୍ତର ଏବଂ କୌଣସି ହସପିଟାଲରେ ରହିବାକୁ ଚାହାନ୍ତି, ସେ ନିଷ୍ପତ୍ତି ନେଇପାରିବେ ।

ଏହାକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦଲିଲରେ କହିଛନ୍ତି, ସୋନମଙ୍କୁ ସମସ୍ତ ପ୍ରକାରର ସୁବିଧା ସଫଦରଜଙ୍ଗ ହସପିଟାଲରେ କରାଯାଇଛି । ଏଠାରେ ରାଷ୍ଟ୍ରପତିଙ୍କର ଚିକିତ୍ସା ମଧ୍ୟ ହେଉଛି । ତେଣୁ ପ୍ରାଇଭେଟ ହସପିଟାଲକୁ ସ୍ଥାନାନ୍ତର କରିବାର ଦାବି କିଛି ଯଥାର୍ଥ ନୁହେଁ ।

ତେବେ ଶନିବାର ରାତିରେ ସଫଦରଜଙ୍ଗ ହସପିଟାଲ ପକ୍ଷରୁ ସୋନମଙ୍କ ହେଲଥ ବୁଲେଟିନ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି କି, ସୋନମ ୱାଙ୍ଗଚୁକ ହୋସରେ ରହିଛନ୍ତି । ତାଙ୍କ ରକ୍ତଚାପ, ଅକ୍ସିଜେନ ସ୍ତର ସାମାନ୍ୟ ରହିଛି । ଦୀର୍ଘଦିନରୁ ଆମରଣ ଅନଶନରେ ବସିଥିବା ଯୋଗୁଁ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଛି । ତାଙ୍କୁ ତୁରନ୍ତ ତରଳ ପଦାର୍ଥ ଏବଂ ଇଲେଷ୍ଟ୍ରୋଲାଇଟ୍ ଦିଆଯିବା ଜରୁରୀ । ଗତ ୨୮ ଜୁନରୁ ଅନିଶ୍ଚିତକାଳୀନ ଆମରଣ ଅନଶନରେ ବସିଥିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଛି । ତେଣୁ ପୋଲିସ ତାଙ୍କୁ ଏଠାରେ ଭର୍ତ୍ତି କରିଛି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ୟୁକ୍ରେନ୍‌ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ
  • ବାହୁଡ଼ା ଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ, ଆଜି ଦକ୍ଷିଣମୋଡ଼ କରିବେ ତିନି ରଥ
  • ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
  • ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ପର୍ଶୁରାମାଷ୍ଟମୀ ବିଜେ ଯାତ୍ରା
  • ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ଓ ସ୍ୱାଗତସଭା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In